ଏୟାର ଇଣ୍ଡିଆରେ ଚାକିରି ଅଫର, ଜଲଦି କରନ୍ତୁ ଆବେଦନ

ଯଦି ଆପଣ ଏୟାର ଇଣ୍ଡିଆରେ କାମ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଖରେ ରହିଛି ସୁବର୍ଣ୍ଣ ସୁଯୋଗ। ଏୟାର ଇଣ୍ଡିଆ ଲିମିଡେଟ୍‌ ପକ୍ଷରୁ ଅନେକ ପଦବୀ ଭର୍ତ୍ତି ହେବାକୁ ଯାଉଛି। ଏହା ଅଧିନରେ ସହାୟକ ପର୍ଯ୍ୟବେକ୍ଷକ ପଦବୀ ଖାଲି ରହିଛି। ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା :

ଏହି ପଦବୀ ପାଇଁ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ସଂସ୍ଥାରୁ ସ୍ନାତକ ଡିଗ୍ରୀ କରିଥିବା ଆବଶ୍ୟକ।

ବୟସ ସୀମା :

ସାମାନ୍ୟବର୍ଗଙ୍କ ପାଇଁ ସର୍ବାଧିକ ବୟସ ସୀମା ୩୩ ବର୍ଷ ରହିଥିବା ବେଳେ ପଛୁଆ ବର୍ଗଙ୍କ ପାଇଁ ସର୍ବାଧିକ ବୟସ ୩୬ ବର୍ଷ ରହିଛି। ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ପାଇଁ ୩୮ ବର୍ଷ ବୟସ ସୀମା ନିର୍ଦ୍ଧାରିତ କରାଯାଇଛି।

air

ପଦବୀ ସଂଖ୍ୟା :

ସହାୟକ ପର୍ଯ୍ୟବେକ୍ଷକ : ୧୭୦

ଗୁରୁତ୍ୱପୂର୍ଣ୍ଣ ତାରିଖ : ଅନଲାଇନ ଆବେଦନ କରିବା ପ୍ରକ୍ରିୟା ଅକ୍ଟୋବର ୧୯ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୫ ତାରିଖରେ ଶେଷ ହେଉଛି।

କିପରି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ ଆବେଦନ ପାଇଁ ଅଫିସିଆଲ ୱେବସାଇଟକୁ ଯାଇ ନୋଟିଫିକେସ ହାଉନଲୋଡ କରି ପଢନ୍ତୁ।

ଚୟନ ପ୍ରକ୍ରିୟା : ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ ଅନଲାଇନ ସ୍କିଲ ଟେଷ୍ଟ ଜରିଆରେ କରାଯିବ।

Leave A Reply

Your email address will not be published.