ଭଦ୍ରକ: ଟଙ୍କା କରଜ ନେଇ ଠକେଇ କରିବା ପଡିଲା ମହଙ୍ଗା, ଏସ୍‌ଏଚ୍‌ଜି ଗ୍ରୁପ୍‌ ମହିଳାଙ୍କ ଦ୍ୱାରା ବ୍ୟକ୍ତି ଅଟକ

ଚାନ୍ଦବାଲି : ଟଙ୍କା କରଜ ନେଇ ଠକେଇ କରିବା ପଡିଲା ମହଙ୍ଗା । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ଜଣେ ବ୍ୟକ୍ତି ଟଙ୍କା କରଜ ନେଇ ବାରମ୍ବାର ଠକିଥିଲେ । ତେବେ ଦୀର୍ଘ ଦିନ ଧରି ଟଙ୍କା ନଫେରାଇବାରୁ ଗତକାଲି ରାତିରେ କରଜ ନେଇଥିବା ବ୍ୟକ୍ତିଙ୍କୁ ମହିଳାମାନେ ଏକଜୁଟ ହୋଇ ବଜାର ଉପରେ ୩ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ବାନ୍ଧି ରଖିଥିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମରାରେ । ୨୦୧୪ ମସିହାରେ ଧାମରା ମାଆ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ସର୍ବେଶ୍ୱରୀ ପଣ୍ଡା ଓ ତାଙ୍କ ସ୍ୱାମୀ ବନମାଳୀ ପଣ୍ଡା ୨ଲକ୍ଷ୬୦ ହଜାର ଟଙ୍କା ଧାର ଆଣିଥିଲେ । ଚୁକ୍ତି ଅନୁଯାୟୀ ବର୍ଷେ ଭିତରେ ସୁଧ ସହ ଟଙ୍କା ଫେରସ୍ତ କରିବା କଥା, ହେଲେ ଏପର୍ଯ୍ୟନ୍ତ ବନମାଳୀ ଟଙ୍କା ଫେରସ୍ତ କରି ନାହାନ୍ତି । ଆଜିକାଲି ଫେରାଇ ଦେବା କହି ବାରମ୍ବାର ଠକି ଚାଲିଥିଲେ ବନମାଳୀ । ତେବେ ଗତକାଲି ମହିଳାମାନେ ଏକତ୍ର ହୋଇ ବନମାଳିଙ୍କୁ ଧାମରା ବଜାର ଉପରେ ଘେରାଉ କରି ଦଉଡି ସାହାଯ୍ୟରେ ବାନ୍ଧି ରଖିଥିଲେ । ଖବର ପାଇ ଧାମରା ପୋଲିସ ଖବର ପାଇ ବନମାଳୀଙ୍କୁ ଉଦ୍ଧାର କରିଥିଲା ।

 

Leave A Reply

Your email address will not be published.