ଆକାଶମାର୍ଗରୁ ବୁଲବୁଲ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସମୀକ୍ଷା ପରେ କଲେ ପ୍ୟାକେଜ୍‌ ଘୋଷଣା

ଭୁବନେଶ୍ବର(କେନ୍ୟୁଜ୍):  ରାଜ୍ୟରେ ବାତ୍ୟା ବୁଲବୁଲ ଜନିତ କ୍ଷୟକ୍ଷତିର ଗ୍ରାଉଣ୍ଡ ରିଅଲିଟି ଚେକ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ଆକାଶମାର୍ଗରୁ ପ୍ରଭାବିତ ଜିଲ୍ଲାରେ କ୍ଷୟକ୍ଷିତର ଅନୁଧ୍ୟାନ କରିଛନ୍ତି । ଏହାପରେ ଲୋକସେବା ଭବନରେ କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ୬ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ। ବାତ୍ୟା ପ୍ରଭାବିତ ଜିଲ୍ଲାରେ ବ୍ୟାପକ ଭାବରେ ନଷ୍ଟ ହୋଇଛି ଧାନ ଫସଲ। କାଲି ସୁଦ୍ଧା ଲୋକଙ୍କୁ ବିଜୁଳି ଓ ପିଇବା ପାଣି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସମୀକ୍ଷା କରି ପ୍ୟାକେଜ୍‌ ଘୋଷଣା କରିଛନ୍ତି। ବାତ୍ୟା ପ୍ରଭାବିତ ଜିଲ୍ଲାର ଲୋକଙ୍କୁ ଅଣ-ଜଳସେଚିତ ଜମି ପାଇଁ ୩୩ ପ୍ରତିଶତ ବା ତାଠୁ ଅଧିକ ଫସଲ କ୍ଷତିରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ହେକ୍ଟର ପିଛା ୬ ହଜାର ୮୦୦ ଟଙ୍କା ଇନପୁଟ୍‌ ସବସିଡି ମିଳିବ।

ଜଳସେଚିତ ଜମିରେ ଏହି ସହାୟତା ପରିମାଣ ହେକ୍ଟର ପିଛା ୧୩ ହଜାର ୫ଶହ ଟଙ୍କା ଓ ସବୁ ଦିନିଆ ଫସଲ ପାଇଁ ହେକ୍ରଟ ପିଛା ମିଳିବ ୧୮ ହଜାର ଟଙ୍କା। ସବୁ ଦିନିଆ ଫସଲ ପାଇଁ ଇନପୁଟ ସବସିଡି ପରିମାଣ ଦୁଇ ହଜାର ଟଙ୍କାରୁ କମା ଓ ଅନ୍ୟାନ୍ୟ ଫସଲ କ୍ଷେତ୍ରରେ ହଜାରେ ଟଙ୍କାରୁ କମ୍‌ ହେବ ନାହିଁ। ୧୮ ସୁଦ୍ଧା ଆସିବ କ୍ଷୟକ୍ଷିତର ରିପୋର୍ଟ। ୨୪ ତାରିଖ ସୁଦ୍ଧା ସହାୟତା ପ୍ରଦାନ ନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ଭଲ କାମ କରିଥିବାରୁ ଏନଡିଆରଏଫ୍‌, ଓଡ୍ରାଫ୍‌କୁ ଧନ୍ୟବାଦ ଜଣାଇଛନ୍ତି। ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପାଇଁ ଆସନ୍ତା ୧୪ ତାରିଖରେ ଆସିବ କେନ୍ଦ୍ରୀୟ ଟିମ୍‌। ୧୫ ତାରିଖରେ କ୍ଷୟକ୍ଷତିର ଆକଳନ କରିବେ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା।

Leave A Reply

Your email address will not be published.