Below header

କିସ୍‌ ବିଶ୍ୱବିଦ୍ୟାଳୟର ଅତ୍ୟାଧୁନିକ ରୋଷେଇ ପ୍ରଣାଳୀକୁ ଆପଣେଇବ ଜେଲ ବିଭାଗ

ଭୁବନେଶ୍ବର(କେନ୍ୟୁଜ୍):  ବଦଳିବ ଜେଲରେ ରୋଷେଇ ଢାଞ୍ଚା। ଅତ୍ୟାଧୁନିକ ପ୍ରଣାଳୀରେ କଏଦୀଙ୍କ ପାଇଁ ହେବ ରୋଷେଇ। କିସ୍‌ ବିଶ୍ୱବିଦ୍ୟାଳୟ ଓ ଅକ୍ଷୟ ପାତ୍ର ଫାଉଣ୍ଡେସନ୍‌ ଭଳି ବଡ ବଡ ଅନୁଷ୍ଠାନରେ ଯେଭଳି ରୋଷେଇ କରାଯାଉଛି, ଠିକ୍‌ ସେଭଳି ଜେଲରେ ବି ଖାଦ୍ୟ ପ୍ରସ୍ତୁତ କରାଯିବ। ଚୌଦ୍ୱାର ଜେଲକୁ ମଡେଲ ଜେଲ କରିବା ପାଇଁ ଯୋଜନା କରିଛି ଜେଲ ବିଭାଗ । ଏସବୁ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦିଆଯାଇଛି। ସେହିଭଳି ସମ୍ପର୍କୀୟଙ୍କ ସହ କଥା ହେବା ବେଳେ କଏଦୀଙ୍କ ପାଇଁ କରାଯିବ କାଚ ଘର ବ୍ୟବସ୍ଥା।

ଜେଲରେ କଏଦୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ଅନଲାଇନ୍‌ରେ ବିକ୍ରି କରିବାକୁ ଯୋଜନା ହୋଇଛି । ‘ସଂସ୍କାର ବ୍ରାଣ୍ଡ’ ନାମରେ ଏସବୁ ସାମଗ୍ରୀକୁ ବିକ୍ରି କରାଯିବ। ସେହିଭଳି ଜେଲ ବାହାରେ ବି ଷ୍ଟଲ ଖୋଲାଯିବ। ଚଳିତବର୍ଷ କୋରାପୁଟ ଜେଲ ପ୍ରାୟ ୩୦ଲକ୍ଷ ଟଙ୍କାର ସାମଗ୍ରୀ ବିକ୍ରି କରିଛି ।

କଏଦୀଙ୍କ ପାଇଁ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଏଫ୍‌ଏମ୍‌ ରେଡ଼ିଓ। ଜେଲ ଜକି ଯୋଜନା ଆରମ୍ଭ ହେବ। କଏଦୀମାନେ ନିଜ ନିଜର ମନର କଥା କହିପାରିବେ । ଏହାସହ କଏଦୀଙ୍କ ପାଇଁ ଫୋନ୍‌ର ବ୍ୟବସ୍ଥା ବି ଚଳିତ ମାସ ଶେଷ ସୁଦ୍ଧା ଆରମ୍ଭ କରିଛି ଜେଲ ବିଭାଗ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.