ମଝି ରାସ୍ତାରେ କାର ଅଟକାଇ ଯୁବତୀ କଲେ ଏପରି କାଣ୍ଡ, ଦେଖନ୍ତୁ ଭିଡିଓ

କେତେବେଳେ ସେ ନାଚୁଥିଲେ ତ କେତେବେଳେ ସେ ଚିଲାଉଥିଲେ । ଜୟପୁରରେ ଶୁକ୍ରବାର ରାତିରେ ହୋଇଯାଇଥିଲା ହଙ୍ଗାମା ଯେତେବେଳେ ଜଣେ ଯୁବତୀ ଅଚାନକ ନିଜ କାରକୁ ମଝି ରାସ୍ତାରେ ଅଟକାଇ ପୋଜ ଦେବା ଆରମ୍ଭ କରିଥିଲେ । କେବଳ ସେତିକି ନୁହେଁ ଏହାପରେ ସେ କାରରୁ ବାହାରି ଗେଟ ପାଖକୁ ଯାଇ ଅଜୀବ ପ୍ରକାରର ଅଭିନୟ ମଧ୍ୟ କରିଥିଲେ । ଘଟଣାଟି ଘଟିଥିଲା ଜୟପୁର ସ୍ଥିତ ଟ୍ୟାଙ୍କ ରୋଡ଼ ଗାନ୍ଧିନଗର ରାସ୍ତାରେ । ଯୁବତୀଙ୍କ ହରକତ ସେତିକିରେ ବନ୍ଦ ହୋଇନଥିଲା । ଏହାପରେ ସେ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଗାଳି ଗୁଲଜ ମଧ୍ୟ କରିଥିଲେ । ଆଉ ତାପରେ ସେଠାରେ ହୋଇଯାଇଥିଲା ଭୟଙ୍କର ଭିଡ଼ । ଯେତେବେଳେ ଲୋକମାନେ ଝିଅଟିର ଫଟୋ କିମ୍ବା ଭିଡିଓ ପାଇଁ ମୋବାଇଲ ବାହାର କରିଥିଲେ ସେତେବେଳେ ଯୁବତୀ ଜଣକ ପୋଜ ଦେବା ଆରମ୍ଭ କରିଦେଇଥିଲେ ।

video courtesy “NYOOOZ”

ଏହାସହ ପଢନ୍ତୁ ଡାଇପର ଛାଡ଼ିନଥିବା ଏହି ଛୁଆଟି ମାରୁଛି ସଚୀନଙ୍କ ଭଳି ସଟ, ଦେଖନ୍ତୁ ଭିଡିଓ

ଶେଷରେ ଲାକମାନେ ବିରକ୍ତ ହୋଇ ପୋଲିସକୁ ଫୋନ କରିଥିଲେ କିନ୍ତୁ ପୋଲିସ ପହଞ୍ଚିବା ପୂର୍ବରୁ ହିଁ ଯୁବତୀ ଜଣକ ସେଠାରୁ ନିଜ କାର ନେଇ ପଳାଇ ଯାଇଥିଲେ । ଲୋକମାନେ ଏହି ସବୁ ଘଟଣାକୁ ଭିଡିଓ ବନାଇ ସୋସିଆଲ ମିଡିଆରେ ଭାଇରଲ କରି ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଂଚି ଯୁବତୀଙ୍କ ବିରୁଦ୍ଧରେ ଆଇପିସି ଧାରା 336 ଅନୁଯାୟୀ ମାମଲା ରୁଜୁ କରିଛନ୍ତି । କୁହାଯାଉଛି ଯେ ପୋଲିସ ଯୁବତୀଙ୍କର ପରିଚୟ ପାଇଛି ଓ ବର୍ତ୍ତମାନ ଏହା ଉପରେ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.