ବାଲେଶ୍ୱର: ଗେଣ୍ଡା ଓ ସାମୁକା ଚାଲାଣ ବେଳେ ଧରାପଡିଲା ୨ଟି ଯାତ୍ରୀବାହି ବସ । ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଶେରଗଡ ଟୋଲ ଗେଟ ନିକଟରେ ବିଳମ୍ବିତ ରାତିରେ ୨ଟି ଯାତ୍ରୀବାହି ବସରେ ଚାଲାଣ ହେଉଥିବା ବେଳେ ଧରିଛି ପୋଲିସ । ନିଗମ ଓ ବାବାମଣି ନାମକ ଦୁଇଟି ବସ ଧାମରାରୁ କଲିକତା ଯାଉଥିଲା । ଦୁଇ ବସର ୫ ଜଣ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ ।