Below header

ପିପିଲି ଅଁଳାଯୋଡ଼ି ଗାଁରେ ବୋମାମାଡ଼ ସହ ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ, ଜଣେ ଗୁରୁତର

ପୁରୀ: ପୁରୀ ଜିଲ୍ଲା ପିପିଲି କଣାସ ବ୍ଲକ ଅଁଳାଯୋଡ଼ି ଗାଁରେ ବୋମାମାଡ଼। ବୋମାମାଡ଼ ସହ ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ। ବୋମାମାଡ଼ରେ ଜଣେ ଗୁରୁତର। ଗୁରୁତର ଜଣକ ହେଲେ କଣାସ ଥାନା ଅନ୍ତର୍ଗତ ଗଡସାନପୁଟ ପଞ୍ଚାୟତର ଛୋଟିଯୋଡି ଗାଁର ନୀଳକଣ୍ଠ ଛୁଆଳସିଂ । ଗୁରୁତର ଅବସ୍ଥାରେ ପ୍ରଥମେ ଖୋର୍ଦ୍ଧା ଓ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ନୀଳକଣ୍ଠ ଆଜି ସକାଳେ ବାଇକ୍‌ରେ କୌଣସି କାମରେ ଯାଉଥିବା ବେଳେ, ୪ ଜଣ ଯୁବକ ଦୁଇଟି ମୋଟର ସାଇକେଲ୍‌ରେ ଆସି ବୋମାମାଡ଼ କରି ଫାଙ୍କା ଗୁଳିଚାଳନା କରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ଓ ଫାଙ୍କା ଗୁଳି ଚାଳନା କରିଛନ୍ତି ଦୁର୍ବୃତ୍ତ। ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.