Below header

ଟୋଲ ଗେଟ୍‌ ଉଚ୍ଛେଦ ଦାବିରେ ୧୨ ଘଣ୍ଟିଆ ବ୍ରଜରାଜନଗର ବନ୍ଦ

ଝାରସୁଗୁଡା : ଟୋଲ ଗେଟ୍‌ ଉଚ୍ଛେଦ ଦାବିରେ ବ୍ରଜରାଜନଗରରେ ୧୨ ଘଣ୍ଟିଆ ବନ୍ଦ । ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ସ୍ଥିତ ଗାନ୍ଧିଛକ ଟୋଲ ଗେଟର ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ବନ୍ଦ କରାଯାଇଛି । ୪୯ନଂ NHରେ ଥିବା ଟୋଲଗେଟରେ ଟୋଲ ଟ୍ୟାକ୍‌ସ ଆଦାୟକୁ ବିରୋଧ କରି ବ୍ରଜରାଜନଗରବାସୀ ବନ୍ଦରେ ସାମିଲ ହୋଇଛନ୍ତି । ଦୋକାନ ବଜାର, ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟ, ସରକାରୀ ବେସରକାରୀ ଅନୁଷ୍ଠାନ ଆଦି ବନ୍ଦ ରହିଥିବା ବେଳେ ଯାତାୟତ ସାମାନ୍ୟ ରହିଛି । ଗତକାଲି ଜିଲ୍ଲାପାଳଙ୍କ ବୈଠକ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ, ଏସ୍‌ପି, ତହସିଲଦାର ଏବଂ NHAI କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ବ୍ରଜରାଜନଗରବାସୀଙ୍କୁ ନେଇ ଏକ ବୈଠକ ବସିଥିଲା । କିନ୍ତୁ ଏଥିରୁ କୌଣସି ରାସ୍ତା ବାହାରି ପାରିନଥିଲା । ଗତ ୨୫ ତାରିଖରେ ଟୋଲ ଗେଟରେ ଟୋଲ ଗେଟ କର୍ମଚାରୀ ଜଣେ ବ୍ୟବସାୟୀଙ୍କୁ ମାଡ ମାରିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.