Below header

ଝୁଣ୍ଟିଆ ସହ କଣ ରହିଛି ସ୍ୱାସ୍ଥ୍ୟର ସମ୍ବନ୍ଧ, ଜାଣନ୍ତୁ ଏହି ରିପୋର୍ଟରୁ

ବିବାହିତ ମହିଳାଙ୍କ ପାଇଁ ଶୃଙ୍ଗାରର ଖାସ୍‌ ମହତ୍ତ୍ୱ ରହିଛି। ବିଶେଷ ରୂପେ ହିନ୍ଦୁ ଧର୍ମର ବିବାହିତ ମହିଳା ନିଜର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ୧୬ ଶୃଙ୍ଗାରକୁ ପତିଙ୍କ ଚିହ୍ନ ମାନି ଚାଲିଥାନ୍ତି ଏବଂ ଏହାକୁ ସମ୍ମାନ କରିଥାନ୍ତି। ଏହି ୧୬ ଶୃଙ୍ଗାର ମଧ୍ୟରେ ୧୫ ନମ୍ବରରେ ଆସିଥାଏ ପାଦରେ ପିନ୍ଧାଯାଉଥିବା ଝୁଣ୍ଟିଆ। ବିବାହ ପରେ ଝୁଣ୍ଟିଆ ପିନ୍ଧିବା ଜରେ ବିବାହିତ ମହିଳାଙ୍କ ପାଇଁ କେବଳ ଶୃଙ୍ଗାର ନୁହେଁ ବରଂ ଏହା ପଛରେ କିଛି ବୈଜ୍ଞାନିକ କାରଣ ମଧ୍ୟ ଲୁଚି ରହିଛି। ତେବେ ଜାଣନ୍ତୁ କଣ ରହିଛି ଏହାର କାରଣ।

ringଝୁଣ୍ଟିଆର ଇତିହାସ:

ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି ଯେତେବେଳେ ରାବଣ ସୀତାଙ୍କୁ ହରଣ କରି ନିଜ ସହ ନେଇଯାଇଥିଲେ ସେହି ସମୟରେ ମାତା ସତୀ ଚିହ୍ନ ରଖିବା ପାଇଁ ଏକ ସ୍ଥାନରେ ନିଜ ପାଦ ମୁଦି କାଢି ଫୋପାଡି ଦେଇଥିଲେ। କାରଣ ଯେପରି ଭଗବାନ ରାମଙ୍କୁ ତାଙ୍କୁ ଖୋଜିବାରେ ସହଜ ହୋଇପାରିବ। ଏହିକାରଣରୁ ଜାଣିବାକୁ ମିଳିଛି ଝୁଣ୍ଟିଆର ଇତିହାସ ବହୁତ ପୁରୁଣା।

ring toeମହିଳାଙ୍କ ପାଇଁ କାହିଁକି ଲାଭକାରୀ ଝୁଣ୍ଟିଆ:

ଆଜିକାଲି ଯେଉଁ ମହିଳାମାନେ ଏହାକୁ ଫ୍ୟାସନରେ ପିନ୍ଧିବାକୁ ପସନ୍ଦ କରୁଛନ୍ତି, ସେହିଭଳି ଏହାକୁ ପିନ୍ଧିବା ଦ୍ୱାରା ମହିଳାଙ୍କୁ ଅନେକ ପ୍ରକାର ଶାରୀରିକ ଲାଭ ମିଳିଥାଏ। ଝୁଣ୍ଟିଆକୁ ବୁଢା ଆଙ୍ଗୁଳିର ପାଖ ଆଙ୍ଗୁଳିରେ ପିନ୍ଧା ଯାଇଥାଏ। ଏହି ଆଙ୍ଗୁଳିରେ ଝୁଣ୍ଟିଆ ପିନ୍ଧିବା ଦ୍ୱାରା ଶରୀରର ଗୋଡ ପଛପଟେ ଥିବା ସ୍ନାୟୁ ଭଲଭାବେ କାମ କରିଥାଏ। ବୈଜ୍ଞାନିକଙ୍କ କହିବାନୁଯାୟୀ ଏହି ଆଙ୍ଗୁଳିରେ ଝୁଣ୍ଟିଆ ପିନ୍ଧିବା ଦ୍ୱାରା ଗର୍ଭାଶୟ ସଠିକ୍‌ ରକ୍ତ ସଂଚାଳନ ହୋଇଥାଏ। ଯାହାଦ୍ୱାରା ବିବାହ ପରେ ମହିଳାଙ୍କୁ ମା’ ହେବାର କୌଣସି ବି ସମସ୍ୟାର ସାମ୍ନା କରିବାକୁ ପଡିନଥାଏ। ଅନେକ ମହିଳାମାନେ ପାଦର ଦ୍ୱିତୀୟ ଏବଂ ତୃତୀୟ ଆଙ୍ଗୁଳିରେ ମଦ୍ୟ ଝୁଣ୍ଟିଆ ପିନ୍ଧିଥାନ୍ତି। ଏହି ଆଙ୍ଗୁଳିରେ ଝୁଣ୍ଟିଆ ପିନ୍ଧିବା ଦ୍ୱାରା ମାସିକ ଧର୍ମ ସଠିକ୍‌ ଭାବେ ହୋଇଥାଏ।

toe ringସୁନା କିମ୍ବା ରୂପାର ଝୁଣ୍ଟିଆ:

ହିନ୍ଦୁ ଧର୍ମରେ ସୁନାକୁ ମାଁ ଲକ୍ଷ୍ମୀଙ୍କ ପ୍ରିୟ ବୋଲି କୁହାଯାଇଥାଏ। ଯେଉଁ କାରଣରୁ ଶାସ୍ତ୍ର ମୁତାବକ ସୁନାର କୌଣସି ଗହଣା ଅଣ୍ଟା ତଳୁ ପିନ୍ଧାଯାଇନଥାଏ। ଏପରି କରିବା ଦ୍ୱାରା ଧନର ଲକ୍ଷ୍ମୀ, ମାଁ ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ ବୋଲି କୁହାଯାଇଥାଏ। ଏହି କାରଣରୁ ଆଜି ପର୍ଯ୍ୟନ୍ତ କୌଣସି ବି ମହିଳା ସୁନାର ପାଦ ମୁଦି ପିନ୍ଧି ନାହାନ୍ତି।

toe ring-ଶରୀରକୁ ସତେଜ ରଖେ ଝୁଣ୍ଟିଆ:

ରୂପା ଶରୀରକୁ ଫିଟ୍‌ ଏବଂ ଆକ୍ଟିଭ ରଖିବାରେ ସାହାଯ୍ୟ କରିଥାଏ। ପାଦରେ ରୂପା ପିନ୍ଧିବା ଦ୍ୱାରା ସକାରାତ୍ମକ ସ୍ପନ୍ଦନକୁ ଶରୀରକୁ ପଠାଇଥାଏ। ଯାହାଦ୍ୱାରା ମହିଳାମାନେ ସର୍ବଦା ସତେଜ ଏବଂ ମାନସିକ ସ୍ତରରେ ନିଜକୁ ମଜବୁତ୍‌ ଅନୁଭବ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.