ଠକେଇ ଅଭିଯୋଗରେ ପୂର୍ବତନ ଭରତୀୟ କ୍ୟାପଟେନ୍ ମହମ୍ମଦ ଆଝାରୁଦ୍ଦିନ୍ଙ୍କ ନାଁରେ FIR! କହିଲେ, ‘ନେବି ଲିଗାଲ୍ ଆକ୍ସନ’
ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍ଙ୍କ ସମେତ ୩ଜଣଙ୍କ ନାଁରେ ମହାରାଷ୍ଟ୍ରର ଔରଙ୍ଗାବାଦ ପୋଲିସ ମାମଲା ରୁଜୁ କରିଛି। ଏକ ଟ୍ରାଭେଲ୍ ଏଜେନ୍ସିକୁ ୨୦ ଲକ୍ଷ ଟଙ୍କା ଠକିଥିବା ନେଇ ସମସ୍ତଙ୍କ ନାଁରେ ଅଭିଯୋଗ ରହିଛି।
ଏକ ନ୍ୟୁଜ୍ ଏଜେନ୍ସି ଅନୁସାରେ, ଟ୍ରାଭଲ୍ ଏଜେଣ୍ଟ ମହମ୍ମଦ ଶାହବାଦ ଏତଲାରେ ଆଝାରୁଦ୍ଦିନ୍ଙ୍କ ନାଁ ଉଲ୍ଲେଖ କରିଛନ୍ତି। ଏବେ ୩ଜଣଙ୍କୁ ନେଇ ତଦନ୍ତ ଜାରି ରହିଛି।
ଅନ୍ୟପଟେ ମହମ୍ମଦ ଆଝାରୁଦ୍ଦିନ୍ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିବା ବେଳେ ଅଭିଯୋଗକାରୀଙ୍କ ବିରୋଧରେ ଆଇନତଃ କାଯ୍ୟର୍ାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଛନ୍ତି।
Mohammad Azharuddin: I strongly rubbish the false FIR filed against me in Aurangabad. I’m consulting my legal team and would be taking action as necessary https://t.co/RyK9MpJyv5
— ANI (@ANI) January 23, 2020
ଉକ୍ତ ନ୍ୟୁଜ୍ ଏଜେକ୍ସିକୁ ସେ କହିଛନ୍ତି ଯେ ‘ଔରଙ୍ଗାବାଦରେ ମୋ ବିରୋଧରେ ରୁଜୁ ହୋଇଥିବା ମିଥ୍ୟା ଏଫ୍ଆଇଆର୍କୁ ମୁଁ କଡ଼ା ସମାଲୋଚନା କରୁଛି। ମୁଁ ମୋ ଲିଗାଲ୍ ଟିମ୍ ସହ ପରାମର୍ଶ କରୁଛି ଏବଂ ଆବଶ୍ୟକତା ଅନୁସାରେ ଆକ୍ସନ ନେବି’।