Below header

କେନ୍ଦୁଝର ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେପି ବିଧାୟକ ଗୌରହରି ନାଏକଙ୍କ ପରଲୋକ, ଦୀର୍ଘ ବର୍ଷ ଧରି ସ୍ନାୟୁ ରୋଗରେ ଥିଲେ ପୀଡିତ

କେନ୍ଦୁଝର: ପୂର୍ବତନ ବିଜେପି ବିଧାୟକଙ୍କ ପରଲୋକ। କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଗୌରହରି ନାଏକଙ୍କ ହଳଦିବଟାସ୍ଥିତ ବାସଭବନରେ ପରଲୋକ ହୋଇଛି। ଦୀର୍ଘ ବର୍ଷ ଧରି ଗୌରହରି ସ୍ନାୟୁ ରୋଗରେ ପିଡୀତ ହୋଇ ଗତ ଡିସେମ୍ବର ୧୭ତାରିଖରୁ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ। ଶ୍ରୀ ନାଏକ ଭାରତୀୟ ବାୟୂସେନାରୁ ଅବସର ଗ୍ରହଣ ପରେ ରାଜନୀତିରେ ଯୋଗ ଦେଇଥିଲେ। ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦୁଇ ଦୁଇ ଥର ବିଧାୟକଭାବେ ନିର୍ବାଚିତ ହୋଇଥିଲେ। ବିଜେପିର ବହୁ ଦଳୀୟ ନେତା ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.