ଏଠାରେ ହୋଇଥିଲା ବିଷ୍ଣୁ ଭକ୍ତ ଗଜ ଏବଂ ମଗର ମାଛ ମଧ୍ୟରେ ଭୟଙ୍କର ଯୁଦ୍ଧ, ଜାଣନ୍ତୁ କଣ ରହିଛି ଏହାର ଐତିହ୍ୟ

ପୁରାଣ ଅନୁଯାୟୀ ଭଗବାନ ବିଷ୍ଣୁଙ୍କ ଦୁଇ ଭକ୍ତ ଜୟ-ବିଜୟ ଗଜ ଏବଂ ମଗର ମାଛ ରୂପେ ଧରିତ୍ରୀରେ ଉତ୍ପନ୍ନ ହୋଇଥିଲେ। ପୌରାଣିକ କଥା ଅନୁଯାୟୀ ଥରେ ଗଣ୍ଡକ ନଦୀର କୋନହାରା ତଟ୍ଟକୁ ଯେତେବେଳେ ଗଜ ପାଣି ପିଇବାକୁ ଆସିଥିବା ସମୟରେ ମଗର ମାଛ ଧରି ନେଇଥିଲା। ଏହାପରେ ଗଜ ମଗର ମାଛ ଠାରୁ ମୁକ୍ତ ହେବା ପାଇଁ ଅନେକ ବର୍ଷ ପର୍ଯ୍ୟନ୍ତ ଯୁଦ୍ଧ ଲାଗି ରହିଥିଲା। ଏହି ସମୟରେ ଗଜ ମାର୍ମିକ ଭାବେ ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିଥିଲେ।

Sonepur_ଗଜଙ୍କ ପ୍ରାର୍ଥନା ଶୁଣିବା ପରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଭଗବାନ ବିଷ୍ଣୁ ସେଠାରେ ଉପସ୍ଥିତ ହୋଇ ସୁଦର୍ଶନ ଚକ୍ର ଚଲାଇ ତାଙ୍କୁ ମଗର ମାଛ କବଳରୁ ମୁକ୍ତ କରିଥିଲେ। ଏହି ସମୟରେ ସମସ୍ତ ଦେବତାଗଣ ସେଠାରେ ଉପସ୍ଥିତ ହୋଇ ଶ୍ରୀହରିଙ୍କ ଜୟ ଗାନ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ଗଜ ଏବଂ ମଗର ମାଛ ମଧ୍ୟରେ କିଏ ବିଜୟୀ ହୋଇଥଇଲା ଏବଂ କିଏ ହାରିଥିଲା।

Baba-Hariharଅନ୍ୟ ଏକ ପୌରାଣିକ କଥା ଅନୁଯାୟୀ ଜୟ-ବିଜୟ ଦୁଇ ଭାଇ ଥିଲେ। ଜୟ ଶିବ ଏବଂ ବିଜୟ ବିଷ୍ଣୁଙ୍କ ଭକ୍ତ ଥିଲେ। ଉଭୟଙ୍କ ମଦ୍ୟରେ ଝଗଡା ହେବା ପରେ ଦୁଇଜଣ ଗଜ ଏବଂ ମଗର ମାଛ ହୋଇଯାଇଥିଲେ। ଶେଷରେ ଉଭୟଙ୍କ ମଧ୍ୟରେ ମିତ୍ରତା ହୋଇଥିଲା। ଏହାପରେ ସେହି କ୍ଷେତ୍ରରେ ବିଷ୍ଣୁ ଏବଂ ଶିବଙ୍କ ମନ୍ଦିର ଏକାଠି ନିର୍ମାଣ ହୋଇଥିଲା, ଯେଉଁ କାରଣରୁ ଏହି ମନ୍ଦିରର ନାଁ ହରିହର କ୍ଷେତ୍ର ରଖାଯାଇଛି।
ଅନ୍ୟଏକ ପୌରାଣିକ କଥା ଅନୁଯାୟୀ ପ୍ରାଚୀନ କାଳରେ ଏଠାରେ ଋଷି ଏବଂ ସାଧୁମାନଙ୍କର ଏକ ବିଶାଳ ସମ୍ମେଳନ ହୋଇଥିଲା। ଶିବ ଏବଂ ବିଷ୍ଣୁଙ୍କ ମଧ୍ୟରେ ଗଭୀର ବାଦ-ବିବାଦ ହେବା ପରେ ମଧ୍ୟ ଉଭୟଙ୍କ ମଧ୍ୟରେ ବୁଝାବଣା ହୋଇଯାଇଥିଲା ଏବଂ ଭଗବାନ ଶିବ ଓ ବିଷ୍ଣୁଙ୍କ ମୂର୍ତ୍ତି ଗୋଟିଏ ମନ୍ଦିରରେ ସ୍ଥାପନା କରାଯାଇଥିଲା।

hariharaଏହି ସ୍ମୃତିରେ ସୋନପୁରରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମେଳା ଆୟୋଜିତ କରାଯାଇଥାଏ। ଏହି ସ୍ଥାନ ବିଷୟରେ ମଧ୍ୟ ଅନେକ ଧର୍ମ ଶାସ୍ତ୍ରରେ ଚର୍ଚ୍ଚା କରାଯାଇଛି। ଉଲ୍ଲେଖ ରହିଛି ଭଗବାନ ରାମ ମଧ୍ୟ ଏଠାକୁ ଆସି ବାବା ହରିହରଙ୍କ ପୂଜା-ଅର୍ଚ୍ଚନା କରିଥିଲେ। ବାସ୍ତବରେ ସୋନପୁରରେ ବିଶ୍ୱର ସବୁଠାରୁ ବଡ ପଶୁ ମେଳା ଲାଗିଥାଏ, ଯାହା କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ ଆସନ୍ତା ୩୦ ଦିନ ପର୍ଯ୍ୟନ୍ତ ଚାଲିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.