Below header

କୋରୋନା ଭାଇରସ୍‌ ପ୍ରଭାବରେ ଚୀନ୍‌ରେ ମଲେଣି ୧୭ ଜଣ, ଦେଶରେ ଘୋଷଣା ହେଲା ଏମରଜେନ୍ସି

ଚୀନ୍‌ରେ କୋରୋନା ଭାଇରସ୍‌ ଯୋଗୁ ୧୭ ଜଣଙ୍କ ମୃତ୍ୟୁ ଘଟିବା ପରେ ଏବେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଦିଆଯାଇଛି। ୧.୧୧ କୋଟି ବାସିନ୍ଦାଯୁକ୍ତ ଚୀନ୍‌ର ବୁହାନ ସହରରେ ସମସ୍ତ ପ୍ରକାରର ଯାତାୟାତ ବନ୍ଦ କରି ଦିଆଯାଇଛି। ଏଠାରେ ଯାନବାହନ ସମେତ ବିମାନବନ୍ଦରରେ ଉଡ଼ାଣ ମଧ୍ୟ ଠପ୍‌ ହୋଇଛି। ବର୍ତ୍ତମାନ ସାରା ସହରକୁ ପରିଷ୍କାର ପରିଚ୍ଛନ୍ନ କରାଯାଉଛି।

Image result for coronavirus

ଚୀନ ସରକାର ବୁହାନ ସହରକୁ ଦୁନିଆଠାରୁ ଅଲଗା କରି ଦେଇଛନ୍ତି। କୌଣସି ପର୍ଯ୍ୟଟକଙ୍କୁ ଏବେ ବୁହାନ ଯିବାକୁ ଅନୁମତି ଦିଆଯାଉନାହିଁ। ଅନ୍ୟପଟେ ବୁହାନ ବାସିନ୍ଦାଙ୍କୁ ମଧ୍ୟ ସହର ଛାଡ଼ି ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସ୍କୁଲ କଲେଜକୁ ମଧ୍ୟ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ କରି ଦିଆଯାଇଥିବା ଜଣାଯାଇଛି।

Coronavirus: चीन में अबतक 17 मौतें, इमरजेंसी घोषित, वुहान में 'सब बंद'

ଚୀନ୍‌ର ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଏହି ଭାଇରସ୍‌ ସାପଙ୍କ ଠାରୁ ବ୍ୟାପୁଛି। ସାପ କାମୁଡ଼ିବା ଦ୍ୱାରା ନୁହେଁ ବରଂ ସାପକୁ ଖାଇବା ଦ୍ୱାରା ଏହି ଭାଇରସ୍‌ ଶରୀରରେ ପ୍ରବେଶ କରୁଛି। ଏଣୁ ବୁହାନର ଯେଉଁ ମାର୍କେଟରେ ଜୀବଜନ୍ତୁ ବିକ୍ରି କରାଯାଏ ସେ ସମସ୍ତ ବଜାରକୁ ବନ୍ଦ କରି ଦିଆଯାଇଛି।

Image result for snake

ବୁହାନ ରେଳ ଷ୍ଟେସନ୍‌ରୁ ପ୍ରାୟ ୯.୨୦ ଲକ୍ଷ ଲୋକ ଯିବା ଆସିବା କରୁଥିବା ବେଳେ ଏବେ ସବୁ ଟ୍ରେନକୁ ବନ୍ଦ କରିଦିଆଯାଇଛି। ଯାଞ୍ଚ ବିନା କାହାରିକୁ ସହର ମଧ୍ୟକୁ ପ୍ରବେଶ କରିବାକୁ ମନା କରାଯାଇଛି।

Coronavirus: चीन में अबतक 17 मौतें, इमरजेंसी घोषित, वुहान में 'सब बंद'

ଚୀନ୍‌ର ୨୨ଟି ଅଞ୍ଚଳରେ କୋରୋନା ଭାଇରସ୍‌ ଯୋଗୁ ଲୋକେ ସଂକ୍ରମିତ ହୋଇଥିବା ଜଣାଯାଇଛି। ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ହୁଓ୍ଵାଇ। ଏଠାରେ ୪୪୪ ଜଣ ଲୋକ ସଂକ୍ରମିତ ହୋଇଛନ୍ତି। ସେହି ସ୍ଥାନ ମଧ୍ୟରେ ବୁହାନ ସହର ଆସୁଛି। ସଂକ୍ରମିତ ହେବା ସ୍ଥାନ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି ଗୁଆଁଙ୍ଗଡୋଙ୍ଗ୍‌। ଏଠାରେ ପ୍ରାୟ ୨୬ ଜଣ ସଂକ୍ରମିତ ହୋଇଛନ୍ତି।

Coronavirus: चीन में अबतक 17 मौतें, इमरजेंसी घोषित, वुहान में 'सब बंद'

ଚୀନ୍‌ରେ ମୋଟ ୫୪୬ ଜଣ ଲୋକ କୋରୋନା ଭାଇରସ୍‌ ଯୋଗୁ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ଅନ୍ୟପଟେ ଥାଇଲାଣ୍ଡରେ ମଧ୍ୟ ୩ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଜାପାନ, ମକାଓ, ଦକ୍ଷିଣ କୋରିଆ, ତାଇବାନ୍‌ ଓ ଆମେରିକାର ଜଣେ ଲେଖାଏଁ ସଂକ୍ରମିତ ହୋଇଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.