ଭୁବନେଶ୍ୱର (କେନ୍ୟୁଜ୍) : ରାଜଧାନୀରେ ସିଧାସଳଖ ଅହମଦାବାଦ। ଆଜିଠାରୁ ଭୁବନେଶ୍ୱରରୁ ଅହମଦାବାଦକୁ ଆରମ୍ଭ ହେବ ବିମାନ ସେବା। ସୋମବାର, ବୁଧବାର ଓ ଶୁକ୍ରବାର ସପ୍ତାହକୁ ତିନି ଦିନ ଧରି ବିମାନ ଉଡାଣ ଭରିବ। ଅହମଦାବାଦରୁ ସକାଳ ୮ଟା ୫୫ରେ ବିମାନଟି ବାହାରି ଭୁବନେଶ୍ୱରରେ ୧୧ଟା ୨୦ରେ ପହଞ୍ଚିବ। ଏହାପରେ ଭୁବନେଶ୍ୱରରୁ ୧୧ଟା ୫୦ରେ ବାହାରି ୨ଟା ୧୦ରେ ଅହମଦାବାଦରେ ପହଞ୍ଚିବ। ସିଧାସଳଖ ଅହମଦାବାଦକୁ ବିମାନ ସେବା ଆରମ୍ଭ ହେଉଥିବାରୁ ଯାତ୍ରୀମାନେ ବେଶ୍ ଖୁସି ଅଛନ୍ତି।