ଏମିତି ଏକ ମୂଲ୍ୟବାନ ମାଛ, ଯାହାର ଓଜନ ୬୦ ରୁ ୧୫୦ କିଲୋ

ଆପଣମାନେ ବହୁତ ମାଛ ଦେଖିଥିବେ ଏବଂ ଖାଇଥିବେ ମଧ୍ୟ। କିନ୍ତୁ କେବେ କୌଣସି ମାର୍କେଟରେ ୬୦ କିଲୋର ଏକ ମାଛ ଦେଖିଛନ୍ତି। ଏହା ଶୁଣିବା ପରେ ଆପଣ ନିଶ୍ଚୟ ଭାବୁଥିବେ ଯେ ସାର୍କ ମାଛକୁ ଛାଡିଦେଲେ ଆଉ କେଉଁ ପ୍ରଜାତିର ମାଛ ଏତେ ବିଶାଳକାୟ ମାଛ ହୋଇପାରିବ? ଆଜ୍ଞା ହଁ ଛତିଶଗଢରେ ଏଭଳି ଏକ ମାଛ ଦେଖିବାକୁ ମିଳିଛି, ଯାହାର ଓଜନ ୧୫୦ କିଲୋଗ୍ରାମରୁ ଅଧିକ।

ସୂଚନା ମୁତାବକ ଏହି ଖାସ୍‌ ମାଛର ନାଁ ହେଉଛି ବୋଧ, ଯାହା ଛତିଶଗଢର ଇନ୍ଦ୍ରାବତୀ ନଦୀରୁ ମିଳିଥାଏ। ଏହି ମାଛକୁ ବାରମ୍ବାର ଧରାଯିବା ପରେ ବିକ୍ରି କରାଯାଉଥିବା କାରଣରୁ ଏହି ପ୍ରଜାତିର ମାଛ ବିଲୁପ୍ତ ଅବସ୍ଥାରେ ପହଞ୍ଚିସାରିଛି। ରିପୋର୍ଟ ଅନୁଯାୟୀ ଏହି ମାଛକୁ ବସ୍ତର ସାର୍କ ମଧ୍ୟ କୁହାଯାଇଥାଏ।

fish-ଏହି ମାଛ ବିଶେଷ ରୂପେ ବସ୍ତରର ଇନ୍ଦ୍ରାବତୀ ନଦୀ ସ୍ଥିତ ବିଶ୍ୱ ପ୍ରସିଦ୍ଧ ଜଳ ପ୍ରପାତ ଚିତ୍ରକୋଟ ତଳେ ମିଳିଥାଏ। ଏହି ମାଛ କେଟଫିସ୍‌ ନାମରେ ମଧ୍ୟ ଜଣାଶୁଣା। ଏହି ମାଛ ପାଣି ବାହାରେ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ଜୀବିତ ରହିଥାଏ। ଏହି କାରଣରୁ ଏହି ମାଛ କିଣିବାର ଇଛା ରଖିଥିବା ବ୍ୟକ୍ତି ଜୀବିତ ଅବସ୍ଥାରେ ହିଁ କିଣିଥାନ୍ତି। ସୂଚନା ମୁତାବକ ଯଦି ଏହି ପ୍ରଜାତିର ମାଛ ଉପରେ ଧ୍ୟାନ ନଦିଆଯାଏ ତେବେ ଖୁବ୍‌ ଜଲଦି ଏହି ପ୍ରଜାତିର ମାଛ ଲୁପ୍ତ ହୋଇଯିବ।

Leave A Reply

Your email address will not be published.