ଭୁବନେଶ୍ୱର (କେ ନ୍ୟୁଜ୍) : ଦୁର୍ଘଟଣା ଦୁର୍ଘଟଣା । ଯୁଆଡେ ଦେଖିବ ଖାଲି ସଡ଼କ ଦୁର୍ଘଟଣା । ଯେତେ ସତର୍କ ହୁଅନ୍ତୁ ଯେମିତି କଟକଣା ବି ହେଉ ଦୁର୍ଘଟଣା ଓ ଏ ଜନିତ ମୃତ୍ୟୁ ଥମୁ ନାହିଁ । ଆଜି ସେମିତି ଏକ ସଡ଼କ ଦୁର୍ଘଟଣା ଭୁବନେଶ୍ୱର ଉପକଣ୍ଠ ଗୁଡିଆ ପୋଖୋରୀ ନିକଟରେ ଘଟିଛି । ଏକ ୱାଗନର କାର୍ ସହିତ ବାଇକ୍ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବାଇକ୍ ଚାଳକ ନିରଞ୍ଜନ କୁଣ୍ଡଙ୍କ ମୃତ୍ୟୁ ଘଟିଛି। ତାଙ୍କ ଘର ଉତ୍ତରା ଅଞ୍ଚଳରେ । ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲ ପଠାଇଥିଲା । ପରିବାରର ଲୋକ ଖବର ପାଇ ହସ୍ପିଟାଲରେ ପହଞ୍ଚି ଥିଲେ।