ରହସ୍ୟମୟ ପୁରୀ ଗଙ୍ଗାମାତା ମଠ ସୁଡଙ୍ଗ, କିଛି ବିଦେଶୀ ନାଗରିକ ସୁଡଙ୍ଗରୁ ବାହାରିବା ପରେ ଜୋର ଧରିଲା ଚର୍ଚ୍ଚା

ପୁରୀ(କେନ୍ୟୁଜ୍):  ପୁରୀ ଗଙ୍ଗାମାତା ମଠ ସୁଡଙ୍ଗକୁ ନେଇ ପୁଣି ଚର୍ଚ୍ଚା । କିଛି ବିଦେଶୀ ନାଗରିକ ବିଭିନ୍ନ ମଠ ବୁଲିବା ପରେ ଏହି ଚର୍ଚ୍ଚା ଏବେ ଜୋର । ଏହି ସୁଡଙ୍ଗ ସତ ନା ମିଛ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଐତିହାସିକଙ୍କ ମତରେ ଏହି ସୁଡଙ୍ଗ ଶ୍ୟାମାକାଳୀ ମନ୍ଦିର ନିକଟ ପୁରୁଣା ରାଜବାଟୀକୁ ସଂଯୋଗ କରୁଥିଲା । ପ୍ରାଚୀନକାଳରେ ଏହି ସୁଡ଼ଙ୍ଗ ଦେଇ ପୁରୀ ଗଜପତି, ରାଜଗୁରୁ ଓ ଅନ୍ୟ ବିଶ୍ୱସ୍ତ ସେନା ଅଧିକାରୀ ବ୍ରିଟିଶ ନଜରରୁ ଦୁରେଇ ରହିବାକୁ ସୁଡଙ୍ଗ ବ୍ୟବହାର କରାଯାଉଥିଲା । ଗୁପ୍ତ ସୁଡ଼ଙ୍ଗ ଉପରେ ଅଧିକ ତଥ୍ୟ ସଂଗ୍ରହ, ରକ୍ଷଣାବେକ୍ଷଣ ଓ ଏହାର ସୁରକ୍ଷା ନେଇ ରାଜ୍ୟ ସରକାର ପ୍ରତ୍ନତତ୍ତ୍ୱ ବିଭାଗ ଗୁରୁତ୍ୱ ଦେବାକୁ ଦାବି ହୋଇଛି ।

 

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.