ଏଲ୍ପିଜି ଗ୍ରାହକଙ୍କ ପାଇଁ ଖୁସି ଖବର । ଆସନ୍ତା ମାସ ଅର୍ଥାତ ମାର୍ଚ୍ଚରୁ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ଶସ୍ତା ହୋଇପାରେ। ଗତ ଫେବୃଆରୀରେ ଇଣ୍ଡେନ ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ ୧୪୯ ଟଙ୍କା ବୃଦ୍ଧି ପାଇଥିଲା। ଯାହା ଗ୍ରାହକଙ୍କ ମୁଣ୍ଡବିନ୍ଧାର କାରଣ ସାଜିଥିଲା। କିନ୍ତୁ ଖୁବଶୀଘ୍ର ଅର୍ଥାତ୍ ମାର୍ଚ୍ଚ ମାସରେ ଏହାର ଦର କମିପାରେ ବୋଲି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଛନ୍ତି।
ସୂଚନାଯୋଗ୍ୟ, ଦିଲ୍ଲୀରେ ୧୪ କିଲୋ ଗ୍ୟାସ୍ ସିଲିଣ୍ଡର ୮୫୮.୫୦ ଟଙ୍କାରେ ମିଳୁଥିବା ବେଳେ ଏବେ ଏହାର ଦାମ ୧୪୪.୫୦ ଟଙ୍କା ବୃଦ୍ଧିପାଇଥିଲା। ଏହା ପୂର୍ବରୁ ଜାନୁଆରୀ ୧ରୁ ରୋଷେଇ ଗ୍ୟାସ ଦାମ୍ ବଢାଇଦିଆଯାଇଥିଲା। ଫେବୃଆରୀ ୧ରେ ବଜେଟ ଆରମ୍ଭ ହେବା ପୂର୍ବରୁ କର୍ମସିଆଲ ଗ୍ୟାସ ସିଲିଣ୍ଡର ଦାମ ୨୨୪.୯୮ ଟଙ୍କା ବଢିଥିଲା।