ଶିବରାତ୍ରୀର ପବିତ୍ର ଅବସରରେ ଘରେ ପ୍ରସ୍ତୁତ କରନ୍ତୁ ‘ସାଗୁଦାନା ହାଲୱା’
ଅଧିକାଂଶ ଲୋକ ଭୋଜନ କରି ସାରିବା ପରେ କିଛି ମିଠା ଜିନିଷ ଖାଇବାକୁ ପସନ୍ଦ କରନ୍ତି । ଏଥିପାଇଁ ହାଲୱାକୁ ସର୍ବୋତ୍ତମ ବିକଳ୍ପ ଭାବେ ଧରାଯାଏ । ଆପଣ ଗାଜର ହାଲୱା, ସୁଜି ହାଲୱା ଆଦି ବିଷୟରେ ଜାଣିଥିବା ବେଳେ ସାଗୁଦାନା ହାଲୱା ବିଷୟରେ ହୁଏତ ସେତେଟା ଜାଣି ନଥାଇପାରନ୍ତି । କିନ୍ତୁ ସାଗୁରେ ପ୍ରସ୍ତୁତ ଏହି ଦ୍ରବ୍ୟ ଟି ସ୍ୱାଦିଷ୍ଟ ହେବା ସହ ଖୁବ ସ୍ୱାସ୍ଥ୍ୟପଯୋଗୀ ମଧ୍ୟ । ଏମିତିରେ ସାଗୁରେ ଶରୀରର ଉପାଦେୟତା ଅନୁଯାୟୀ ବିଭିନ୍ନ ଭିଟାମିନ, ମିନେରାଲ ଆଦି ମହଜୂତ ଥାଏ । ଆଉ ସବୁଠୁ ଜରୁରୀ କଥା ପାଚନ ସମସ୍ୟା ଥିବା ଲୋକେ ବି ଏହାକୁ ଖାଇପାରିବେ । ତେବେ ଜାଣି ରଖନ୍ତୁ ଏହାର
ଆବଶ୍ୟକୀୟ ସାମଗ୍ରୀ:
୧. ସାଗୁଦାନା- ଏକ କପ
୨. ଚିନି – ଅଧା କପ
୩. କେଶର- ୪ ରୁ ୫ ଟି କ୍ଷୀରରେ ବୁଡ଼ା ଯାଇଥିବା
୪. ଗୁଜୁରାତି – ଗୁଣ୍ଡ
୫.ବାଦାମ ଓ କାଜୁ – କୋରା ଯାଇଥିବା
ପ୍ରସ୍ତୁତି ପ୍ରଣାଳୀ:
– ପ୍ରଥମେ ସାଗୁଦାନାକୁ ପାଣିରେ ବତୁରାଈ ଭଲ ଭାବେ ସଫା କରି ଦିଅନ୍ତୁ ।
– ବତୁରିବା ପରେ ତାକୁ ଛାଣି ରଖି ଦିଅନ୍ତୁ ।
– ଏବେ ଏକ ପ୍ୟାନରେ ଚାରି ଚାମଚ ଦେଶୀ ଘିଅ ଦେଇ ବତୁରା ଯାଇଥିବା ସାଗୁଦାନାକୁ ଭଲ ଭାବେ ଭାଜି ଦିଅନ୍ତୁ । ଭାଜିଗଲା ପରେ ସେଥିରେ ୨ କପ ପାଣି ଦେଇ ଚାମଚ ସାହାଯ୍ୟରେ ଘାଟନ୍ତୁ ।
– ଏବେ ସେଥିରେ ଚିନି ଓ ପୂର୍ବରୁ ବତୁରା ଯାଇଥିବା କେଶରର କିଛି ଖଣ୍ଡ ପକାନ୍ତୁ । ଚିନି ଭଲ ଭାବେ ମିଶି ଗଲା ପରେ ସେଥିରେ କାଜୁ ଓ ବାଦାମର ଖଣ୍ଡ ପକାଇଦିଅନ୍ତୁ ।
– ପ୍ରସ୍ତୁତ ହୋଇଗଲା ଆପଣଙ୍କ ‘ସାଗୁଦାନା ହାଲୱା’ । ଏବେ ଏହାକୁ ଏକ ବାଉଲରେ କାଢି ଦିଅନ୍ତୁ । ଖାଇବାକୁ ଏହା ଖୁବ ସ୍ୱାଦିଷ୍ଟ ହେବା ସହ ପର୍ବପର୍ବାଣୀରେ ବି ବ୍ରତଧାରୀ ମାନେ ଏହାକୁ ଆରାମରେ ଖାଇ ପାରିବେ ।