ଖ୍ରୀଷ୍ଟଚର୍ଚ୍ଚ : ପ୍ରଥମ ଟେଷ୍ଟ ତୁଳନାରେ ଦ୍ୱିତୀୟ ଟେଷ୍ଟରେ ସେଭଳି କିଛି କମାଲ କରି ପାରି ନାହାନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍ । ଆଜି ଏଠାରେ ଆରମ୍ଭ ହୋଇଥିବା ମ୍ୟାଚ୍ର ପ୍ରଥମ ଇନିଂସ୍ରେ ଭାରତ ୨୪୨ ରନ୍ କରି ଅଲ୍ଆଉଟ୍ ହୋଇଛି । ତିନିଟି ଅର୍ଦ୍ଧଶତକ ବଳରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଏହି ସ୍କୋର କରିଛି । ଜେମିସନ୍ ୪୫ ରନ୍ରେ ୫ଟି ଓ୍ଵିକେଟ୍ ନେଇ ଭାରତର ବିପର୍ଯ୍ୟୟ ଘଟାଇଛନ୍ତି । ପରେ ନ୍ୟୁଜିଲାଣ୍ଡ ବ୍ୟାଟିଂ ଆରମ୍ଭ କରି ଆଜି ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ବିନା କୌଣସି ଓ୍ଵିକେଟ୍ ହରାଇ ୬୩ ରନ୍ କରିଛି । ଭାରତ ଠାରୁ ୧୭୯ ରନ୍ ପଛରେ ଅଛି ।
ଭାରତ ପକ୍ଷରୁ ଯୁବ ଓପ୍ନର ପୃଥ୍ଵୀ ସ ୬୪ ବଲ୍ରୁ ଦ୍ରୁତ ୫୪ ରନ୍ (୮ ଚୌକା ଓ ୧ ଛକା), ଚେତେଶ୍ୱର ପୂଜାରା ୫୪ ରନ୍, ହନୁମା ବିହାରୀ ୫୫ ରନ୍ କରିଥିଲେ । ଆଉ ସମସ୍ତେ ଫ୍ଲପ୍ ମାରିଥିଲେ । ଅଧିନାୟକ ବିରାଟ କୋହଲି ମାତ୍ର ୩ ରନ୍ କରି ସାଉଦିଙ୍କ ଶିକାର ହୋଇଥିଲେ । ସେହିପରି ମୟଙ୍କ ଅଗ୍ରଓ୍ଵାଲ (୭), ରାହାଣେ (୭), ପନ୍ତ (୧୨) କେହି ବି ଭଲ ସ୍କୋର କରି ପାରିନଥିଲେ । ଅନ୍ତିମ ଓ୍ଵିକେଟ୍ରେ ସାମି (୧୬) ଓ ବୁମରା (୧୦) ଦ୍ରୁତ ୨୬ ରନ୍ ଯୋଡ଼ିବା ଫଳରେ ଭାରତ ୨୪୨ ରନ୍ରେ ପହଞ୍ଚି ପାରିଥିଲା ।