Below header

ଜଳବାୟୁ ପରିବର୍ତ୍ତନର ଭୟାନକ ପରିଣାମ : ନିଜ ଛୁଆକୁ ମାରି ଖାଉଛନ୍ତି ତୁଷାରଭାଲୁ

ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଏଥିପାଇଁ ବିଭିନ୍ନ ଅଞ୍ଚଳରେ ତାପମାତ୍ରା ବଢିବାରେ ମଧ୍ୟ ଲାଗିଛି। ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଦେଖିବାକୁ ମିଳୁଛି। ଜଙ୍ଗଲ ନଷ୍ଟ ହେଉଛି, ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି। ଏଥିପାଇଁ ବିଭିନ୍ନ ଜୀବଜନ୍ତୁ ଜନବସତି ମୁହାଁ ହେଉଛନ୍ତି ଏବଂ ଧନଜୀବନ କ୍ଷୟକ୍ଷତି କରୁଛନ୍ତି। କିନ୍ତୁ ଜଳବାୟୁ ପରିବର୍ତ୍ତନର ବେଶୀ ପ୍ରଭାବ ଯୋଗୁ ମେରୁ ଅଞ୍ଚଳରେ ତାପମାତ୍ରା ବଢ଼ିବାରେ ଲାଗିଛି। ଏଠାରେ ବାସ କରୁଥିବା ତୁଷାରଭାଲୁ ପାଇଁ ଖାଦ୍ୟ ତଥା ଉପଯୋଗୀ ବାସସ୍ଥାନର ଅଭାବ ଦେଖାଦେଇଛି। ଏହାଯୋଗୁ ତୁଷାରଭାଲୁ ଜନବସତି ମୁହଁ। ହେବାରେ ଲାଗିଛନ୍ତି।

polar

ସୂଚନାଯୋଗ୍ୟ, ଏମାନେ ଖାଦ୍ୟ ଅଭାବରେ ମଣିଷକୁ ମାରି ଖାଇବା ସହିତ ନରଭକ୍ଷୀ ପାଲଟୁଛନ୍ତି। ଏହାସହିତ ଅନ୍ୟ ତୁଷାରଭାଲୁ ମା’ ଭାଲୁ ଏବଂ ଶାବକଙ୍କୁ ମଧ୍ୟ ମାରି ଖାଉଥିବା ଘଟଣା ଦୃଷ୍ଟି ଗୋଚର ହେଉଛି। ଏମାନେ ସମୁଦ୍ର ବରଫରେ ସିଲ୍‌ର ଶିକାର କରି ବଞ୍ଚନ୍ତି। କିନ୍ତୁ ବରଫ ତରଳିବା କାରଣରୁ ସିଲ୍‌ ଶିକାର କରିବା ସମ୍ଭବ ହୋଇପାରୁନି।

pp

ଆଣ୍ଟାର୍କଟିକାରେ ଗତ ୨୫ ବର୍ଷ ମଧ୍ୟରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁ ପ୍ରାୟ ୪୦ ପ୍ରତିଶତ ବରଫ ତରଳି ଯାଇଛି। ଫଳରେ ତୁଷାର ଭାଲୁଙ୍କ ପାଇଁ ବାସ ଉପଯୋଗୀ ସ୍ଥାନର ଅଭାବ ଦେଖାଦେଇଛି। ସେମାନଙ୍କର ସଂଖ୍ୟା ମଧ୍ୟ ଇତିମଧ୍ୟରେ କମିବାରେ ଲାଗିଛି। ଏହାକୁ ନେଇ ପ୍ରାଣୀବିଜ୍ଞାନୀମାନଙ୍କ ଚିନ୍ତା ବୃଦ୍ଧି ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.