Below header

ଆଜି February ୨୯ : ପ୍ରତି ଚାରିବର୍ଷରେ ଥରେ କାହିଁକି ପଡେ ୨୯ ଦିନ, ଯଦି ଏହି ଦିନ ନ ଆସିବ ତେବେ କଣ ହେବ?

ଆପଣ ତ ଜାଣିଥିବେ ଯେ ଚଳିତ ବର୍ଷ ଅର୍ଥାତ ୨୦୨୦ ଏକ ‘ଲିପ୍‌ ଇୟର’ ଅଟେ। ଅର୍ଥାତ ଏହି ବର୍ଷ ଫେବୃୟାରୀରେ ୨୯ ଦିନ ରହିଛି। ଆଉ ଆଜି ହେଉଛି ଫେବୃୟାରୀ ୨୯। ଲିପ୍‌ ଇୟରରେ ଅନ୍ୟ ବର୍ଷ ତୁଳନାରେ ଗୋଟେ ଦିନ ଅଧିକ ରହିଥାଏ। କିନ୍ତୁ କଣ ଆପଣ ଜାଣନ୍ତି ଏମିତି କାହିଁକି ହୋଇଥାଏ? ଆମ କ୍ୟାଲେଣ୍ଡରରେ ପ୍ରତି ଚାରି ବର୍ଷର ଥରେ ଫେବୃୟାରୀ ମାସରେ ଗୋଟେ ଦିନ ଅଧିକ କାହିଁକି ଯୋଡା ଯାଇଥାଏ? ଆଉ ଯଦି ଏମିତି ନ ହୁଏ ତାହଲେ କଣ ହେବ? ତେବେ ଆସନ୍ତୁ ଜାଣିବା ଏହାକୁ ନେଇ ଆପଣଙ୍କ ମନରେ ଆସୁଥିବା ସମସ୍ତ ପ୍ରଶ୍ନର ଉତ୍ତର।

ପ୍ରତି ଚାରି ବର୍ଷରେ ଫେବୃୟାରୀ ୨୮ ବଦଳରେ ୨୯ ଦିନ ପଡିଥାଏ। ଏହାସହିତ ପୂରା ବର୍ଷର ସଂଖ୍ୟା ୩୬୫ ଦିନ ବଦଳରେ ୩୬୬ ଦିନ ହୋଇଥାଏ। ୨୦୨୦ ପୂର୍ବରୁ ୨୦୧୬ ଫେବୃୟାରୀରେ ୨୯ ଦିନ ପଡିଥିଲା ଏବଂ ଆସନ୍ତା ବର୍ଷ ଏହା ୨୦୨୪ରେ ପଡିବ।

କାହିଁକି ବଢ଼ିଥାଏ ଗୋଟିଏ ଦିନ?

sun space-ଗୋଟିଏ କ୍ୟାଲେଣ୍ଡର ପୃଥିବୀର ଋତୁର ଅନୁରୂପ ହୋଇଥାଏ। ଗୋଟେ କ୍ୟାଲେଣ୍ଡରରେ ଦିନର ସଂଖ୍ୟା, ପୃଥିବୀ ଦ୍ୱାରା ସୂର୍ଯ୍ୟର ପରିକ୍ରମା କରୁଥିବାର ସମୟ ସହିତ ସମାନ ହୋଇଥାଏ।

-ପୃଥିବୀ ସୂର୍ଯ୍ୟଙ୍କ ଚାରିପଟେ ଗୋଟେ ଥର ବୁଲିବାକୁ ପ୍ରାୟ ୩୬୫.୨୪୨ ଦିନ ଲାଗିଥାଏ। କିନ୍ତୁ ସାଧାରଣ ଭାବରେ ବର୍ଷକୁ ୩୬୫ ଦିନ ହୋଇଥାଏ। ଏବେ ଯଦି ପୃଥିବୀ ଦ୍ୱାରା ଲଗାଯାଇଥିବା ଅତିରିକ୍ତ ସମୟ ୦.୨୪୨ ଦିନକୁ ୪ ଥର ଯୋଡା ଯାଏ ତେବେ ଏହି ସମୟ ଗୋଟିଏ ଦିନ ସହିତ ସମାନ ହୋଇଥାଏ।

-ଏଥିପାଇଁ ପ୍ରତି ଚାରିବର୍ଷର ଗୋଟେ ପୂର୍ଣ୍ଣ ଦିନ ହୋଇଯାଏ ଏବଂ କ୍ୟାଲେଣ୍ଡରରେ ଚାରି ବର୍ଷରେ ଥରେ ଆଉ ଗୋଟେ ଦିନ ଅଧିକ ଯୋଡା ହୁଏ। ଆଉ ଏହି ବର୍ଷକୁ ଲିପ୍‌ ଇୟର କୁହାଯାଏ।

year-ଦେଖିବାକୁ ଗଲେ ଏହାକୁ ଭୁଲ ଲାଗିପାରେ କିନ୍ତୁ ଏହାକୁ ଗ୍ରେଗୋରିୟନ କ୍ୟାଲେଣ୍ଡର ଜରିଆରେ ସୁଧାର କରାଯାଇଛି। ଏହା ସେହି କ୍ୟାଲେଣ୍ଡର ଅଟେ ଯାହାକୁ ଆଜି ଆମେ ଘରର କାନ୍ଥ କିମ୍ବା ମୋବାଇଲରେ ତାରିଖ ଦେଖି ପ୍ଲାନ କରୁଛନ୍ତି।

-୧୫୮୧ ମସିହାରେ ଗ୍ରେଗୋରିୟନ କ୍ୟାଲେଣ୍ଡରକୁ ପ୍ରସ୍ତୁତ କରାଯାଇଥିଲା।

ଗ୍ରେଗୋରିୟନ କ୍ୟାଲେଣ୍ଡର ପୂର୍ବରୁ କୌଣସି କ୍ୟାଲେଣ୍ଡୀ ଥିଲା ନା ନଥିଲା?

ହଁ, ଗ୍ରୋଗେରିୟନ କ୍ୟାଲେଣ୍ଡର ପୂର୍ବରୁ ଜୁଲିୟନ କ୍ୟାଲେଣ୍ଡର ଥିଲା, ଯାହାଦ୍ୱାରା ଦିନ ନିର୍ଦ୍ଧାରଣ ହୋଥାଏ। ଏହାକୁ ୪୫ ଇସାହୀ ପୂର୍ବରୁ ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ଏହି ପ୍ରଣାଳୀରେ ଲିପ୍‌ ଇୟର ବା ଫେବୃୟାରୀ ୨୯ ପାଇଁ ଅଲଗା କ୍ୟାଲେଣ୍ଡର ଥିଲା।

କେମିତି ଜାଣିବେ ଲିପ୍‌ ଇୟର?

leap dayଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କେମିତି ଜାଣିବା କେଉଁ ବର୍ଷ ଫେବୃୟାରୀ ୨୯ ପଡୁଛି ନା ନାହିଁ। ଆମେ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ କୌଣସି ବି ବର୍ଷକୁ ଲିପ୍‌ ଇୟର ହେବାକୁ ଏହି ଦୁଇଟି ସର୍ତ୍ତକୁ ପାଳନ କରିବା ଜରୁରୀ ହୋଇଥାଏ।

-ପ୍ରଥମ ସର୍ତ୍ତ ହେଉଛି ସେହି ବର୍ଷକୁ ଚାରି ଭାଗରେ ଭଲ ଭାବରେ ଭାଗ କରିଦିଆଯାଏ। ଯେମିତିକି ୨୦୦୦କୁ ୪ ବଢ଼ାଇ ଭାଗ କରିଦିଆଯାଏ ଯଥା-୨୦୦୪,୨୦୦୮,୨୦୧୨,୨୦୧୬ ଏବଂ ଏହି ବର୍ଷ ୨୦୨୦ ମଧ୍ୟ ଏହି କ୍ରମରେ ସାମିଲ ଅଛି।

-ଦ୍ୱିତୀୟ ସର୍ତ୍ତ ହେଉଛି ଯଦି କୌଣସି ବର୍ଷ ୧୦୦ କୁ ପୂରପୁରୀ ଭାଗ କରିଦିଆଯାଏ ତେବେ ତାହା ଲିପ୍‌ ଇୟର ହେବନାହିଁ। କିନ୍ତୁ ଯଦି ସେହି ବର୍ଷ ୪୦୦ ସଂଖ୍ୟାରେ ବିଭାଜିତ ହୋଇଥାଏ ତେବେ ତାହାକୁ ଲିପ୍‌ ଇୟର କୁହାଯିବ।

ଉଦାହରଣ ସ୍ୱରୂପ ବର୍ଷ ୧୫୦୦ କୁ ୧୦୦ ଦ୍ୱାରା ତ ବିଭକ୍ତ କରାଯାଇପାରିବ କିନ୍ତୁ ଏହା ୪୦୦ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ବିଭକ୍ତ ହୋଇପାରିବନାହିଁ। ଏହିପରି ଭାବରେ ୨୦୦୦କୁ ୧୦୦ ଏବଂ ୪୦୦ ଭଉୟରେ ବିଭକ୍ତ କରାଯାଇପାରେ। ଏଥିପାଇଁ ଏହାକୁ ଲିପ୍‌ ଇୟର କୁହାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.