କେନ୍ୟୁଜ୍(ବ୍ୟୁରୋ): ଭୁନେଶ୍ବରରେ ଆଉ ୬ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଏମ୍ସର ୩୭ ବର୍ଷିୟ ପୁରୁଷ କର୍ମଚାରୀ, ୩୧ ବର୍ଷିୟ ମହିଳା କର୍ମଚାରୀ,୩୦ ବର୍ଷିୟ ପୁରୁଷ କର୍ମଚାରୀ, ୨୪ ବର୍ଷିୟ ମହିଳା କର୍ମଚାରୀ ଅଛନ୍ତି। ଏହା ସହିତ ଆପୋଲ ହସ୍ପିଟାଲର ୩୮ ବର୍ଷିୟ ପୁରୁଷ କର୍ମଚାରୀ ଅଛନ୍ତି। ସେହିଭଳି ପୋଖରୀପୁଟ ଡିଏଭି ଅଞ୍ଚଳର ଜଣେ ୩୫ ବର୍ଷିୟ ପୁରୁଷଙ୍କ ଠାରେ କରୋନା ପଜେଟିଭ ଚିହ୍ନଟ ହୋଇଛି । ସେହିଭଳି ଜୟଦେବ ବିହାର ବିଷ୍ଣପ୍ରିୟା ଆପାର୍ଟମେଣ୍ଟର ନିକଟ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ବିଏମସି ସୂଚନା ଦେଇଛି। ଏହି ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱର ମହାନଗର ନିଗମରେ ୯୯ ଜଣ ମୋଟ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୫୪ ସୁସ୍ଥ, ୩ ମୃତ ଓ ୪୨ ଜଣ ଏବେବି ଚିକିତ୍ସିତ ହେଉଛନ୍ତି। ଆଜି ମଧ୍ୟ ଜଣେ ସୁସ୍ଥ ହୋଇଥିବା ଟ୍ୱିଟ୍ କରି ସୂଚନା ଦେଇଛି ବିଏମ୍ସି।
Update on newly detected & cured #COVID19 cases in the last 24 hrs under BMC area on 10th Jun 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/zyZysGVdeM— BMC (@bmcbbsr) June 10, 2020
ସେହିଭଳି ଆଜି ରାଜ୍ୟରେ ଆଉ ୧୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୦ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏମାନଙ୍କ ଭିତରୁ ଜଗତସିଂହପୁରରୁ ସର୍ବାଧିକ ୩୩ ଜଣ ଚିହ୍ନଟ ହୋଇଥିବାବେଳେ, ରାୟଗଡାରୁ-୪, କଟକରୁ-୨୦, ଝାରସୁଗୁଡାରୁ-୧, ଖୋର୍ଦ୍ଧାରୁ-୧୪, ନୟାଗଡରୁ-୪, ବରଗଡରୁ-୨, ଭଦ୍ରକରୁ-୧, କଳାହାଣ୍ଡିରୁ-୪, ଗଜପତିରୁ-୧୧, ପୁରୀରୁ-୭, ବଲାଙ୍ଗୀରରୁ-୧, କେନ୍ଦ୍ରାପଡାରୁ-୧, ମୟୂରଭଞ୍ଜରୁ-୪, କୋରାପୁଟରୁ-୧, କେନ୍ଦୁଝରରୁ-୧, ଓ ବୌଦ୍ଧରୁ-୧ ଚିହ୍ନଟ ହୋଇଛନ୍ତି ।