କବୀର ସିଂହ ଚରିତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶାହିଦ କପୁର ଦର୍ଶକଙ୍କୁ ଅନେକ ଗୁଡ଼ିଏ ହିଟ ଫିଲ୍ମ ଭେଟି ଦେଇଛନ୍ତି। ବେବି ଫେସ ଯୋଗୁ ତାଙ୍କୁ ଚକୋଲେଟ ହିରୋ ମଧ୍ୟ କୁହାଯାଉଥିଲା। ତେବେ କିଛି ଦିନ ପୂର୍ବରୁ ଏହି ଅଭିନେତା ଏକ ଘର କିଣିଛନ୍ତି। ପତ୍ନୀ ମୀରାଙ୍କ ସହ ସେ ନୂଆ ଘରର କେତେକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏବେ ସେ ପରିବାର ସହ ଜୁହୁ ସ୍ଥିତ ଘରେ ରହୁଛନ୍ତି। ଆସନ୍ତୁ ଦେଖିବା ଶାହିଦ କପୁରଙ୍କ ଘର ଭିତରପଟୁ କେମିତି ଦିଶେ…
ଶାହିଦଙ୍କ ଘର ଭିତରୁ କୌଣସି ରାଜମହଲଠୁ କମ ଲାଗୁନାହିଁ। ଏହି ନୂଆ ଘରେ ସବୁ ସୁଖ ସୁବିଧା ରହିଛି। ପତ୍ନୀ ମୀରା ରାଜପୁତ ଓ ଦୁଇ ଛୁଆଙ୍କ ସହ ଶାହିଦ ଏହି ଘରେ ରହୁଛନ୍ତି। କିଛି ବର୍ଷ ପୂର୍ବରୁ ଯେତେବେଳେ ଶାହିଦ ଏହି ଘର କିଣିଥିଲେ ସେତେବେଳେ ଦାମ ଥିଲା ୩୦ କୋଟି। ଏଠାରୁ ସମୁଦ୍ର ସ୍ପଷ୍ଟ ଦେଖାଯାଏ।
ଘରର ଅଧିକାଂଶ ରୁମ କାଠରେ ତିଆରି। ଖାସ୍ କରି ଚଟାଣ ଭିନ୍ନ ଲୁକ ଦେଇଥାଏ।
ଘର ବାହାରେ ଶାହିଦ ଅନେକ ବଡ଼ ବଡ଼ ଗଛ ଲଗାଇଛନ୍ତି। ଏହି ସ୍ଥାନରେ ସେ ଦୁଇ ପିଲାଙ୍କ ସହ ଖେଳିଥାନ୍ତି।
ଶାହିଦ ଏବେ ଆଉ ଏକ ଡୁପ୍ଲେକସ କିଣିଛନ୍ତି। ଯେଉଁସ୍ଥାନରେ ଘର କିଣିଛନ୍ତି ସେହି ଅଞ୍ଚଳରେ ପୂର୍ବରୁ ହିଁ ଅଭିଷେକ ବଚ୍ଚନ ଓ ଅକ୍ଷୟ କୁମାରଙ୍କ ଘର ରହିଛି। ଡୁପ୍ଲେକସର ଦାମ ୫୬ କୋଟି ବୋଲି କୁହାଯାଉଛି। ଏହା ବିଲ୍ଡିଂର ୪୨ ଓ ୪୩ ତମ ମହଲା।