ଖୋର୍ଦ୍ଧା: ଟାଙ୍ଗୀ ଥାନା ଚଣ୍ଡେଶ୍ୱର କ୍ବାରେଣ୍ଟାଇନ ସେଣ୍ଟରରୁ ଘରକୁ ଫେରି ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ, କାରଣ ଅସ୍ପଷ୍ଟ
ଟାଙ୍ଗୀ(କେନ୍ୟୁଜ୍): ପୁଣି କ୍ବାରେଣ୍ଟାଇନ ସେଣ୍ଟରରେ ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ । ତାଙ୍କ ନାମ ମୋହନ ପ୍ରଧାନ ଓ ବୟସ ୪୦ ବର୍ଷ । ଘର ଟାଙ୍ଗୀ ଥାନା ଚିଲିକା ବ୍ଲକ୍ ଚଣ୍ଡେଶ୍ୱର ପଞ୍ଚାୟତର ଚମ୍ପାଦେଇପୁର ଗ୍ରାମରେ ବୋଲି ଜଣା ପଡିଛି । ଗତ କାଲି ସେ ଚଣ୍ଡେଶ୍ୱର କ୍ବାରେଣ୍ଟାଇନ ସେଣ୍ଟରରୁ ଘରକୁ ଫେରିଥିଲେ । ହଠାତ୍ ଆଜି ତାଙ୍କର ଦେହ ଅସୁସ୍ଥ ଲାଗିବାରୁ ତାଙ୍କ ପରିବାର ଲୋକେ ତାଙ୍କୁ ଆଣି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।
କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ଟାଙ୍ଗୀ ପୋଲିସ୍ ମେଡିକାଲରେ ପହଞ୍ଚି ଶବ ଜଵତ କରିବା ସହ ଶବ ବ୍ୟବଛେଦ ପାଇ ଭୁବନେଶ୍ୱର ଏମ୍ସକୁ ପଠାଇବାକୁ ବ୍ୟବସ୍ଥା କରିଛି । ମୃତ ଶ୍ରମିକ ହାଇଦ୍ରାବାଦରେ ନିର୍ମାଣ ଶ୍ରମିକ ଭାବେ କାମ କରୁଥିଲେ । ୧୪ ଦିନ ତଳେ ହାଇଦ୍ରାଵାଦରୁ ଆସି ଚଣ୍ଡେଶ୍ୱର କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିଲେ ।