ଖୋର୍ଦ୍ଧା: ଟାଙ୍ଗୀ ଥାନା ଚଣ୍ଡେଶ୍ୱର କ୍ବାରେଣ୍ଟାଇନ ସେଣ୍ଟରରୁ ଘରକୁ ଫେରି ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ, କାରଣ ଅସ୍ପଷ୍ଟ

ଟାଙ୍ଗୀ(କେନ୍ୟୁଜ୍):  ପୁଣି କ୍ବାରେଣ୍ଟାଇନ ସେଣ୍ଟରରେ ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ ।   ତାଙ୍କ ନାମ  ମୋହନ ପ୍ରଧାନ ଓ ବୟସ ୪୦ ବର୍ଷ । ଘର ଟାଙ୍ଗୀ ଥାନା ଚିଲିକା ବ୍ଲକ୍ ଚଣ୍ଡେଶ୍ୱର ପଞ୍ଚାୟତର  ଚମ୍ପାଦେଇପୁର  ଗ୍ରାମରେ ବୋଲି ଜଣା ପଡିଛି । ଗତ କାଲି ସେ  ଚଣ୍ଡେଶ୍ୱର  କ୍ବାରେଣ୍ଟାଇନ ସେଣ୍ଟରରୁ ଘରକୁ ଫେରିଥିଲେ । ହଠାତ୍  ଆଜି ତାଙ୍କର ଦେହ ଅସୁସ୍ଥ ଲାଗିବାରୁ ତାଙ୍କ ପରିବାର ଲୋକେ ତାଙ୍କୁ ଆଣି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

କିନ୍ତୁ ସେଠାରେ  ଡାକ୍ତର ତାଙ୍କୁ  ମୃତ ଘୋଷଣା କରିଛନ୍ତି । ଖବର  ପାଇ ଟାଙ୍ଗୀ ପୋଲିସ୍  ମେଡିକାଲରେ ପହଞ୍ଚି  ଶବ  ଜଵତ କରିବା ସହ ଶବ ବ୍ୟବଛେଦ ପାଇ ଭୁବନେଶ୍ୱର ଏମ୍ସକୁ ପଠାଇବାକୁ ବ୍ୟବସ୍ଥା  କରିଛି । ମୃତ  ଶ୍ରମିକ  ହାଇଦ୍ରାବାଦରେ  ନିର୍ମାଣ ଶ୍ରମିକ ଭାବେ କାମ କରୁଥିଲେ । ୧୪ ଦିନ ତଳେ ହାଇଦ୍ରାଵାଦରୁ ଆସି ଚଣ୍ଡେଶ୍ୱର କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.