Below header

କନୈାଜ : ବିବାହ ବେଦୀରେ ଆଖି ବୁଜିଲେ କନିଆଁ, ଅଟକିଗଲା ହାତଗଣ୍ଠି

ଆଖିରେ ଅସୁମାରୀ ସ୍ୱପ୍ନ ନେଇ ବିବାହ ବେଦୀରେ ବସିଥିଲେ କନିଆ । ହେଲେ ହାତଗଣ୍ଠି ପଡ଼ିବା ପୂର୍ବରୁ ସବୁ କିଛି ହୋଇଗଲା ଓଲଟପାଲଟ । ସଜା ହୋଇଥିବା ସବାରୀ ବଦଳରେ କନିଆଁ ଗଲେ କୋକେଇରେ । ଜଣେ ବାପର ଝିଅ ବିଦା କରିବାର ସ୍ୱପ୍ନ ରହିଗଲା ଅଧାରେ ।

ଏମିତି ଦୁଃଖଦ ଘଟଣା ଘଟିଛି ଉତ୍ତର ପ୍ରଦେଶର କନୈାଜ ଜିଲ୍ଲାରେ । ସବାରୀ ବଦଳରେ ଝିଅକୁ କୋକେଇରେ ବିଦା କରୁଥିବା ବେଳେ ଯେ କେହି ଭିଜୁଥିଲେ ଲୁହରେ । ଘଟଣା ଥିଲା ଏପରି ।

କନୈାଜ ଠଠିଆ ଥାନା ଅନ୍ତର୍ଗତ ଭଗତପୁର ଗ୍ରାମର ରାଜ କିଶୋର ବାଥମଙ୍କ ୧୯ ବର୍ଷିୟା କନ୍ୟା ବନିତାର ଶୁକ୍ରବାର ଥିଲା ବିବାହ । ବିନିତାଙ୍କ ବିବାହ କାନପୁର ଦେହାତ ଜିଲ୍ଲା ଅମର ହିଆ ଗାଁର ସଂଜୟଙ୍କ ସହ ସ୍ଥିର ହୋଇଥିଲା । ବର ସଂଜୟ ବରଯାତ୍ରୀଙ୍କ ସହ କନ୍ୟା ଗାଁରେ ପହଞ୍ଚି ଯାଇଥିଲେ ।

ବେଦିରେ ବିବାହ କାର୍ଯ୍ୟକ୍ରମ ଜାରି ରହିଥିଲା । ସବୁଠି ହସ ଖୁସିର ମାହୋଲ ଥିଲା । ଅଚାନକ୍‌ କନ୍ୟାର ଦେହ ଖରାପ ହୋଇଗଲା । ବିବାହ ଅଧାରୁ କନ୍ୟାକୁ ନେଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ ହେଁ ସେଠାରେ କରୋନା ଆଶଙ୍କା କରି ତାଙ୍କୁ କାନପୁର ମେଡିକାଲକୁ ରେଫର କରିଦେଇଥିଲେ ।

ହେଲେ କାନପୁରରେ ତାଙ୍କର ମୃତ୍ୟୁ ହୋଇଗଲା । ତେବେ ଚିକିତ୍ସାରେ ବିଳମ୍ବ ଯୋଗୁ କନ୍ୟାର ମୃତ୍ୟୁ ହେଲା ବୋଲି ବାପା ଅଭିଯୋଗ ଆଣିଛନ୍ତି । ଝିଅର ମୃତ୍ୟୁ ଖବର ମିଳିବା ପରେ ଘରେ ଶୋକର ଛାୟା ଖେଳିଯାଇଛି ।

ବରକୁ ବିନା କନ୍ୟାରେ ଫେରିବାକୁ ପଡ଼ିଛି । ଏହି ଘଟଣା ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.