Below header

କରୋନା ଛଡାଇ ନେଲା ହଲ କର୍ମଚାରୀଙ୍କ ବଞ୍ଚିବାର ବାଟ, କଟକର ଜୟଶ୍ରୀ ସିନେମା ହଲ ସବୁଦିନ ପାଇଁ ହେଲା ବନ୍ଦ

କେନ୍ୟୁଜ୍ (ବ୍ୟୁରୋ): ଚଳଚ୍ଚିତ୍ର ଦର୍ଶକମାନଙ୍କ ପାଇଁ ଏକ ଦୁଃଖଦ ଖବର। କଟକର ସର୍ବ ପୂରାତନ ଜୟଶ୍ରୀ ସିନେମା ହଲକୁ ସବୁଦିନ ପାଇଁ ବନ୍ଦ କରିଦେଲେ ହଲର ମାଲିକ। ଅତୀତର  ଏହି ସିନେମା ହଲରେ ବହୁ ସିନେମା ପ୍ରସାରଣ ହୋଇ ସୁପର ଡୁପର ହିଟ୍ ହୋଇଥିଲା। ଓଡିଆ ଦର୍ଶକଙ୍କ ମାନଙ୍କର ମନୋରଞ୍ଜନ ମାଧ୍ୟମ ସାଜିଥିଲା ଏହି ହଲ।

କିନ୍ତୁ ଲକଡାଉନ ପାଇଁ ହଲର କର୍ମଚାରୀ ମାନେ ପେଟ ପୋଷି ପାରୁନଥିଲେ। ଏପଟେ ହଲ ନଚାଲିବାରୁ ଏହାର  ମାଲିକ କର୍ମଚାରୀଙ୍କୁ ଠିକରେ ଦରମା ମଧ୍ୟ ଦେବାରେ ଅସମର୍ଥ ହୋଇପଡିଥିଲେ। ଯାହା ଫଳରେ ବାଧ୍ୟ ହୋଇ ହଲଟିକୁ ବନ୍ଦ କରିଦେଇଛନ୍ତି। ଏହି ହଲଟି ବନ୍ଦ ପରେ ଓଡିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଆସୋସିଏସନ ଟ୍ବିଟ  ଯୋଗେ ଏହା ଏକ ଦୁଃଖଦ ଖବର ବୋଲି କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.