କେନ୍ୟୁଜ୍(ବ୍ୟୁରୋ): ୧୫ ଜଣ ବିଜେଡି ନେତାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତି । ନୃସିଂହ ଚରଣ ସାହୁଙ୍କୁ ଆଞ୍ଚଳିକ ଉନ୍ନୟନ ଦାୟିତ୍ୱ ଦିଆଯାଇଛି । ଅଶୋକ ପଣ୍ଡା, କଳିକେଶ ନାରାୟଣ ସିଂହଦେଓ, ପ୍ରୀତିରଞ୍ଜନ ଘଡାଇଙ୍କୁ ମିଳିଛି ସାମାଜିକ କଲ୍ୟାଣ ଦାୟିତ୍ୱ । କଳା, ପର୍ଯ୍ୟଟନ ଓ ମାନବ ସମ୍ବଳ ଦାୟିତ୍ୱ ସମ୍ଭାଳିବେ ଅରୁଣ ସାହୁ ଓ ରୋହିତ ପୂଜାରୀ ।
ଅତନୁ ସବ୍ୟସାଚୀ ନାୟକଙ୍କୁ ଓଡ଼ିଶା ମୋ ପରିବାର, ପରିବେଶ ଦାୟିତ୍ୱରେ ରବି ନାରାୟଣ ନନ୍ଦ ଓ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ରହିବେ । ସେହିପରି ପ୍ରତାପ ଜେନା ଓ ନବ କିଶୋର ଦାସଙ୍କୁ ସଶକ୍ତ ଓଡ଼ିଶାର ଦାୟିତ୍ୱ ଦେଇଛି ଦଳ । ରମେଶ ମାଝୀ ଓ ସରୋଜିନୀ ହେମ୍ବ୍ରମଙ୍କୁ ଦଳର ଆଦିବାସୀ କଲ୍ୟାଣ ଓ ସଂଖ୍ୟାଲଘୁ ଦାୟିତ୍ୱ ଦିଆଯାଇଛି । ଶଶିଭୂଷଣ ବେହେରା ଓ ସୁମିତ୍ରା ଜେନାଙ୍କୁ ମିଳିଛି ମହିଳା ସଶକ୍ତିକରଣ ଦାୟିତ୍ୱ ।