Below header

ରିୟାଙ୍କ ନୂଆ ଠିକଣା ବାଇକୁଲା ଜେଲ, ଯେଉଁଠି ରହିଛନ୍ତି ଇନ୍ଦ୍ରାଣୀ ମୁଖାର୍ଜୀ ଆଉ ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଥିବା କିଛି ହାଇପ୍ରୋଫାଇଲ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁର ଡ୍ରଗ୍ସ ଲିଙ୍କରେ ଗିରଫ ରିୟା ଚକ୍ରବର୍ତ୍ତୀ ଏବେ ବାଇକୁଲା ଜେଲରେ ଦିନ କାଟୁଛନ୍ତି । ଅଭିନେତ୍ରୀ ରିୟାଙ୍କ ଜାମିନକୁ ନାମଞ୍ଜୁର କରିଦେଇଛନ୍ତି କୋର୍ଟ। ଏବେ ଭାଇ ସହିତ ରିୟା ବାଇକୁଲା ଜେଲ୍‌ରେ ରହିବେ। ସେହି ଜେଲରେ ରହୁଛନ୍ତି ଇନ୍ଦ୍ରାଣୀ ମୁଖାର୍ଜୀ । ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡର ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ । ନିଜ ଝିଅ ସିନା ବୋରାଙ୍କୁ ହତ୍ୟା କରିଥିଲେ ଇନ୍ଦ୍ରାଣୀ ଏବେ ଜେଲଦଣ୍ଡ ଭୋଗୁଛନ୍ତି ।

ବାଇକୁଲା ଜେଲରେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଦବଦବା ରହିଛି । ଜେଲରେ ରହିବା ଭିତରେ ବହୁ ଅନ୍ତେବାସୀଙ୍କୁ ମନ ଜିଣିଛନ୍ତି ଇନ୍ଦ୍ରାଣୀ । ଜେଲକୁ ଆସୁଥିବା ନୂଆ କଏଦୀଙ୍କ କଥା ବୁଝନ୍ତି ଇନ୍ଦ୍ରାଣୀ । ବାଇକୁଲା ଜେଲରେ ଏବେ ୨୫୦ରୁ ଅଧିକ କଏଦୀ ରହୁଛନ୍ତି । ରିୟାଙ୍କୁ ଖରାବେଳେ ଦୁଇଟି ରୋଟି, ଭାତ, ଡାଲି ଓ ତରକାରୀ ଖାଇବାକୁ ଦିଆଯାଇଥିଲା ।

44

ବାଇକୁଲା ଜେଲରେ ରହିଛି ୬ଟି ବାରାକ ରହିଛି । ପ୍ରତି ବାରାକରେ ୪୦-୫୦ କଏଦୀ ରହୁଛନ୍ତି । କଏଦୀଙ୍କୁ ଗୋଟିଏ ପତଳା ରେଜେଇ, ଛୋଟ ତକିଆ, ବେଡସିଟ୍ ଓ ଗୋଟିଏ କମ୍ବଳ ଦିଆଯାଏ । ତଳେ ଶୋଇବାକୁ ହୁଏ।

ଗୋଟିଏ ଛୋଟିଆ ବ୍ୟାଗ ଦିଆଯାଇଥାଏ, ଯେଉଁଥିରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ରଖନ୍ତି କଏଦୀ । ଜେଲରେ ଗୋଟିଏ କ୍ୟାଣ୍ଟିନ ରହିଛ ଯେଉଁଠୁ ବିସ୍କୁଟ କିଣି ଖାଇପାରିବେ କଏଦୀ । ଏଠାରେ ଜେଲ ସଜା କାଟିଛନ୍ତି ଅଣ୍ଡରଓ୍ୱାର୍ଲଡ ଡନ୍ ଦାଉଦ ଇବ୍ରାହିମ୍ ଭଉଣୀ ହସିନା ପାରକାରଙ୍କ ସମେତ ଡ୍ରଗ୍ସ ଲିଙ୍କରେ ଗିରଫ କିଛି ହାଇପ୍ରୋଫାଇଲ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.