JEE ମେନରେ ୨୪ ଜଣ ରଖିଲେ ଶତ ପ୍ରତିଶତ ନମ୍ବର

ଶୁକ୍ରବାର ସନ୍ଧ୍ୟାରେ ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି ବା ଏନଟିଏ ତରଫରୁ ପ୍ରକାଶ ପାଇଛି ସର୍ବଭାରତୀୟ ଇଂଜିନିୟରିଙ୍ଗ ପ୍ରବେଶିକା ପରୀକ୍ଷା ବା ଜେଇଇ ମେନ ପରୀକ୍ଷାଫଳ । ଚଳିତ ବର୍ଷ ୧୦୦ ପ୍ରତିଶତ ନମ୍ବର ରଖି ଦେଶର ବିଭିନ୍ନ ପ୍ରାନ୍ତରୁ ୨୪ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୩ ଜଣ ଛାତ୍ର ଥିବା ବେଳେ ଜଣେ ଛାତ୍ରୀ ରହିଛନ୍ତି । ସୂଚନା ଅନୁଯାୟୀ ତେଲେଙ୍ଗାନା ର ୮ ଜଣ, ଦିଲ୍ଲୀର ପାଞ୍ଚ ଜଣ, ରାଜସ୍ଥାନର ଚାରି ଜଣ, ଅଂନ୍ଧ୍ରପ୍ରଦେଶର ତିନି ଜଣ ଅଛନ୍ତି । ତେଲେଙ୍ଗାନାର ଏକ ମାତ୍ର ଝିଅ ହିଁ ଚଳିତ ବର୍ଷ ୧୦୦ ପ୍ରତିଶତ ନମ୍ବର ରଖିଥିବା ଜଣାଯାଇଛି । ଅନନ୍ତ ଭୋରା ନାମକ ଛାତ୍ର ଜଣେ ଦିବ୍ୟାଙ୍ଗ କ୍ୟାଟେଗୋରୀରେ ସର୍ବାଧିକ ୯୯.୮୪ ପ୍ରତିଶତ ନମ୍ବର ରଖିଛନ୍ତି । ଗତ

ଜାନୁଆରୀ ମାସ ଓ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହୋଇଥିବା ଜେଇଇ ପରୀକ୍ଷା ଭିତ୍ତିରେ ହିଁ ରେଜଲ୍ଟ ପ୍ରକାଶିତ ହୋଇଥିବା ସହ ଏହି ତାଲିକା ପ୍ରକାଶ ପାଇଛି । ଜାନୁଆରୀ ମାସର ପରୀକ୍ଷାରେ ୯ ଜଣ ଛାତ୍ର ଶତ ପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହୋଇଥିଲେ । କହିରଖିବା ଉଚିତ ହେବଯେ, ଜାରି ରହିଥିବା କରୋନା ମହାମାରୀ କାରଣରୁ ଚଳିତ ବର୍ଷ ନିର୍ଦ୍ଧାରିତ ସମୟରେ ପରୀକ୍ଷା କରାନଯାଇ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା । ସେପ୍ଟେମ୍ବର ୧ ରୁ ୬ ତାରିଖ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । କହିରଖିବା ଉଚିତ ହେବଯେ, ଚଳିତ ଥର ସର୍ବାଧିକ ପର୍ଯ୍ୟାୟରେ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ସର୍ବନିମ୍ନ ସମୟ ଅବଧି ମଧ୍ୟରେ ଏନ୍ଟିଏ ରେଜଲ୍ଟ ପ୍ରକାଶ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.