Below header

ଗୋଆ ଜଙ୍ଗଲରେ ଦେଖିବାକୁ ମିଳିଲା ଦୁଲର୍ଭ ଛତୁ “ବାୟୋ ଲ୍ୟୁମିନିସେଣ୍ଟ ମସରୁମ”, ଯାହା ରାତିରେ ଦେଉଛି ନୀଳ ଏବଂ ହାଲକା ବାଇଗଣୀ ଆଲୋକ

ଆପଣ ଅନେକ ପ୍ରକାର ଛତୁ ବା ମସରୁମ୍‌ ନିଶ୍ଚିତ ଦେଖିଥିବେ କିମ୍ବା ଖାଇଥିବେ। କିନ୍ତୁ କେବେ ଚମକୁଥିବା ଛତୁ ବିଷୟରେ ଶୁଣିଛନ୍ତି କିମ୍ବା ଦେଖିଛନ୍ତି କି ? ଆପଣ ଭାବୁଥିବେ ଛତୁ କେମିତି ବା ଚମକିପାରେ ? ଏହା ସତ୍ୟ ଛତୁ ମଧ୍ୟ ଚମକିପାରେ ଅର୍ଥାତ୍‌ ଏହାମଧ୍ୟରୁ ଆଲୋକ ବାହାରେ। ଏହାକୁ ବାୟୋ ଲ୍ୟୁମିନିସେଣ୍ଟ ମସରୁମ କୁହାଯାଏ। ଗୋଆ ଜଙ୍ଗଲରେ ଏହି ଦୁଲର୍ଭ ଆଲୋକ ଦେଉଥିବା ଛତୁ ଏବେ ଦେଖିବାକୁ ମିଳିଛି। ରାତି ଅନ୍ଧାରରେ ଏହା ହାଲକା ନୀଳ ଏବଂ ବାଇଗଣୀ ରଙ୍ଗର ଆଲୋକ ଦେବାଭଳି ଦେଖାଯାଏ।

ଆଲୋକ ଦେଉଥିବା ଏହି ଛୁତ ଗୋଆର ମହାଡେଇ ବନ୍ୟଜନ୍ତୁ ସଂରକ୍ଷଣ ଅଞ୍ଚଳରେ ଦେଖିବାକୁ ମିଳିଛି। ଏହି ସ୍ଥାନ ମୋଲେମ ନ୍ୟାସନାଲ ପାର୍କ ବା ମହାବୀର ବନ୍ୟଜନ୍ତୁ ସଂରକ୍ଷଣ ନାମରେ ମଧ୍ୟ ଜଣାଶୁଣା। ଯାହା ଗୋଆର ଦକ୍ଷିଣ ଘାଟରେ ଅବସ୍ଥିତ। ଦିନରେ ଏହି ଛତୁ ସାଧାରଣ ଛତୁ ଭଳି ଦେଖାଯାଇଥାଏ କିନ୍ତୁ ରାତିରେ ହେଲେ ଏହା ଆଲୋକ ଦେବାକୁ ଲାଗିଥାଏ।

1

ବନ୍ୟ ଜୀବ ବିଶେଷଜ୍ଞଙ୍କ କହିବାନୁଯାୟୀ, ଏହି ପ୍ରଜାତିର ମାଇସେନା ଜିନସ (Mycena Genus) କହନ୍ତି, ଯାହା ରାତରେ ଅଳ୍ପ ଆଲୋକ ଦେଇଥାଏ। ଏହି ଛତୁ ରାତିରେ ଏଥିପାଇଁ ଆଲୋକ ଦେଇଥାଏ କାରଣ ଏଥିରେ ଥିବା ବୀଜାଣୁ (Spores) ପୋକ ଜରିଆରେ ଜଙ୍ଗଲରୁ ଅନ୍ୟ ସ୍ଥାନକୁ ବ୍ୟାପୁ ଏବଂ ଛତୁର ସଂଖ୍ୟା ବୃଦ୍ଧିପାଉ। ଚମକୁଥିବା ମସରୁମ ନିଜର ସଂଖ୍ୟା ବୃଦ୍ଧି କରିବା ପାଇଁ ଜଙ୍ଗଲରେ ବ୍ୟାପିଥାଏ। ଏହା ଏକପ୍ରକାର କବକ ହୋଇଥାଏ। ଏପର୍ଯ୍ୟନ୍ତ ଆଲୋକ ଛାଡୁଥିବା ୫୦ ପ୍ରଜାତିର ଛତୁ ରହିଛି। ଗୋଆରେ ମିଳୁଥିବା ଏହି ଛତୁ କେବଳ ବର୍ଷା ଦିନରେ ହିଁ ଦେଖିବାକୁ ମିଳିଥାଏ।

3

ଏହା ଜଙ୍ଗଲରେ ବଢିବା ପାଇଁ ପର୍ଯ୍ୟାପ୍ତ ମାତ୍ରାର ସନ୍ତସନ୍ତିଆ ଅଞ୍ଚଳର ଦରକାର। ତା’ ସହିତ ତାପମାନ ୨୧ ଡିଗ୍ରୀ ସେଲିସିୟସରୁ ୨୭ ଡିଗ୍ରୀ ସେଲସିୟସ ହେବା ଦରକାର। ମହାବୀର ବନ୍ୟଜନ୍ତୁ ସଂରକ୍ଷଣ ଅଞ୍ଚଳରେ ଏହାର ମାତ୍ରା ବର୍ଷା ଦିନରେ ବହୁତ ବଢିଯାଇଥାଏ। ଏହାକୁ ଖାଇବାକୁ ଇଚ୍ଛୁକ ଥିବା ଲୋକ ରାତିରେ ଜଙ୍ଗଲରେ ବୁଲି ସଂଗ୍ରହ କରିପାରିବେ।

6

ଏହି ଛତୁ ବିଷୟରେ ସେତେବେଳେ ଜଣାପଡିଥିଲା, ଯେତେବେଳେ ସଂସ୍କତି ନାୟକ ଜଙ୍ଗଲରେ ବୁଲୁଥିବା ବେଳେ ଦେଖିବାକୁ ପାଇଥିଲେ। ତା’ ପରେ ସେ ଏହାକୁ ଦେଖି ବନ ବିଭାଗକୁ ସୂଚନା ଦେଇଥିଲେ। ଏହାପରେ ବୈଜ୍ଞାନିକ ଯାଇ ଫଟୋ ଉଠାଇ ଏହା ବିଷୟରେ ରିସର୍ଚ୍ଚ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.