Below header

କଲେଜ ପଢୁଆ ଛାତ୍ରଛାତ୍ରୀଙ୍କ ପାଇଁ Facebook ଲଞ୍ଚ କଲା ନୂଆ ସୋସିଆଲ ମିଡ଼ିଆ ନେଟୱାର୍କ

କଲେଜ ପଢ଼ୁଆ ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂଆ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଲଂଚ କରିଛି ଫେସବୁକ । ଯାହାର ନାଁ କମ୍ପାନୀ ତରଫରୁ “ଫେସବୁକ କ୍ୟାମ୍ପସ” ରଖାଯାଇଛି । ଏହି ପ୍ଲାଟଫର୍ମ ଜରିଆରେ କଲେଜ ଛାତ୍ର ମାନେ ନିଜ ନିଜ କ୍ଳାସମେଟଙ୍କ ସହିତ ସହଜରେ ଯୋଗାଯୋଗ ରଖିପାରିବେ । ବିଶ୍ୱ ସ୍ତରରେ ଅନଲାଇନ କ୍ଲାସ ପ୍ରତି ଲୋକପ୍ରିୟତା ବଢୁଥିବା କାରଣରୁ ହିଁ କମ୍ପାନୀ ତରଫରୁ ଏପରି ଏକ ପ୍ଲାଟଫର୍ମ ଲଞ୍ଚ କରାଯାଇଥିବା ଜଣାଯାଇଛି । ପ୍ରଥମ ପର୍ଯ୍ୟରେ ଆମେରିକାର ୩୦ଟି ଶିକ୍ଷାନୁଷ୍ଠାନରେ ଏହି ପ୍ଲାଟଫର୍ମ ଟିକୁ ଲଞ୍ଚ କରାଯାଇଛି । ଫେସବୁକ କ୍ୟାମ୍ପସର ଏହି ଫିଚର ଫେସବୁକ ମୁଖ୍ୟ ଆପରେ ମିଳିପାରିବ । ଏହାକୁ ଆକ୍ଟିଭ କରିବା ପାଇଁ ଛାତ୍ର ମାନଙ୍କୁ କଲେଜ ଇ-ମେଲ ଆଇଡି ଓ ଗ୍ରାଜୁଏସନ ବର୍ଷ ବାବଦରେ ତଥ୍ୟ ଦେବା ପାଇଁ ବାଧ୍ୟତାମୂଳକ କରାଯାଇଛି । ଏହାବାଦ ଛାତ୍ରମାନେ ଚାହିଁଲେ ଏହି ଆପରେ ନିଜ କ୍ଲାସ ଓ ଘରର ଠିକଣା ବାବଦରେ ବି ସବିଶେଷ ତଥ୍ୟ ଦେଇପାରିବେ ।

ଫେସବୁକର ଏହି ଫିଚର ଜରିଆରେ ଛାତ୍ରମାନେ ସ୍କୁଲ, କଲେଜ କ୍ୟାମ୍ପସ ଗ୍ରୁପ ଓ ଇଭେଣ୍ଟ ଗୁଡିକ ବିଷୟରେ ଜାଣିବା ପାଇଁ ବି ସର୍ଚ୍ଚ କରିପାରିବେ । ଫେସବୁକ କ୍ୟାମ୍ପସରେ ସେୟାର କରାଯାଇଥିବା କଣ୍ଟେଣ୍ଟ ଗୁଡିକ କେବଳ କ୍ୟାମ୍ପସ ପରିସରରେ ହିଁ ନଜର ଆସିପାରିବ । ଏହାସହ ଯଦି ଆପଣ କାହାକୁ ଫେସବୁକରେ ବ୍ଲକ କରିଦେଇଛନ୍ତି, ତେବେବି ଫେସବୁକ କ୍ୟାମ୍ପସରେ ତାଙ୍କ ବିଷୟରେ ତଥ୍ୟ ହାସଲ କରିହେବ । କହିରଖିବା ଉଚିତ ହେବକି, କିଛି ବର୍ଷ ହେବ କମ୍ପାନୀ ଏହାର ପ୍ରସ୍ତୁତି ନେଇ ଚେଷ୍ଟା କରିଆସୁଥିଲା । ଆପରେ ଉଲ୍ଲେଖ ଥିବା ଟାଇମଲାଇନରେ ବି କଲେଜ ସହ ଜଡିତ ଥିବା କଣ୍ଟେଣ୍ଟ ଦେଖା ଯାଇପାରିବ । ଯଦି କ୍ୟାମ୍ପସର କିଛି ଛାତ୍ର ଚାହିଁବେ ତେବେ ନିଜର ଭିନ୍ନ ଏକ ଗ୍ରୁପ ବି ଗଠନ କରିପାରିବ । ଆଉ ଏସବୁ ବାଦ ଏହି ଫେସବୁକର ଏହି ଆପରେ ଏକ “କ୍ଳାସମେଟ ଡାୟରେକ୍ଟରୀ” ବି ରହିବ । ଯେଉଁଥିରେ ପୂର୍ବତନ ଛାତ୍ରଙ୍କ ବାବଦରେ ତଥ୍ୟ ଉଲ୍ଲେଖ ଥିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.