NCBର ବଡ ଖୁଲାସା, ଲକଡାଉନ ସମୟରେ ଜିନିଷ ସହିତ ଲୁଚାଇ ରିୟାଙ୍କ ଘରକୁ ପଠାଯାଇଥିଲା ଅଧା କିଲୋ ଗଞ୍ଜେଇ

ରିୟା ଚକ୍ରବର୍ତ୍ତୀ ବର୍ତ୍ତମାନ ଭାୟଖଲା ଜେଲରେ ଅଛନ୍ତି। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ କାରବାରକୁ ନେଇ ତାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଗିରଫ କରିଛି। ଏନସିବି ରିୟା ଚକ୍ରବର୍ତ୍ତୀଙ୍କ ବିରୁଦ୍ଧରେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ନୂଆ ଖୁଲାସା କରୁଛି। ବର୍ତ୍ତମାନ ଏନସିବି ରିୟା ଚକ୍ରବର୍ତ୍ତୀ ଏବଂ ସୁଶାନ୍ତ ସିଂହ ରାଜପୁତଙ୍କ ଡ୍ରଗ୍ସ ବିଷୟରେ ବଡ ଖୁଲାସା କରିଛନ୍ତି।

ରିପୋର୍ଟ ଅନୁଯାୟୀ ଏନସିବି ନିଜର ଯାଞ୍ଚରେ ରିୟା ଏବଂ ସୁଶାନ୍ତ ଲକଡାଉନ ସମୟରେ ପ୍ରାୟ ୫୦୦ ଗ୍ରାମ ଗଞ୍ଜେଇ ଅଭିନେତ୍ରୀଙ୍କ ଘରକୁ ମଗାଇଥିଲେ। ଏହା ସେହି ସମୟର କଥା ଯେତେବେଳେ ଲକଡାଉନରେ ସୁଶାନ୍ତ ସିଂହ ରାଜପୁତ ଓ ରିୟା ଚକ୍ରବର୍ତ୍ତୀ କିଛି ସମୟ ସାଥିରେ ସମୟ ବିତାଇବାକୁ ଚାହୁଁଥିଲେ। ଏହି ସମୟରେ ସୁଶାନ୍ତଙ୍କ ଘରୁ ରିୟାଙ୍କ ଘରକୁ ଗଞ୍ଜେଇର ଏକ କୋରିୟର ପଠାଯାଇଥିଲା।

riyaସୂଚନା ଅନୁଯାୟୀ ଏନସିବି ନିଜର ଯାଞ୍ଚରେ ସୁଶାନ୍ତ ସିଂହ ରାଜପୁତଙ୍କ ଘରେ ଦୀପେଶ ସାଓ୍ଵନ୍ତ ଗୋଟେ ଏହି ଗଞ୍ଜେଇ କୋରିୟରକୁ କୋରିୟର ବୟକୁ ଦେଇଥିଲେ। ଏହି କୋରିୟରକୁ ରିୟା ଚକ୍ରବର୍ତ୍ତୀଙ୍କ ଘରେ ତାଙ୍କ ଭାଇ ସୌଭିକ ନେଇଥିଲେ। କୋରିୟରରେ ଅଧା କିଲୋ ମାରିଜୁଆନା (ଗଞ୍ଜେଇ) ଥିଲା। ଗଞ୍ଜେଇ କେଉଁଠି ଧରାନପଡିବ ସେଥିପାଇଁ ଘରର କିଛି ଜିନିଷକୁ ମଧ୍ୟ ତାସହିତ ପ୍ୟାକ କରିଥିଲେ।

ଏହି କୋରିୟର ଏପ୍ରିଲ ମାସ ମଝା ମଝିରେ ହିଁ ପଠାଯାଇଥିଲା। ବର୍ତ୍ତମାନ କିନ୍ତୁ ଏନିସିବି ଏହା ଏହି ମାମଲାର ମୂଳକୁ ଯାଞ୍ଚ କରିବା ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.