ଭୁବନେଶ୍ବର: ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ, ଆୟବର୍ହିଭୂତ ସମ୍ପତ୍ତି ଠୁଳ କରି ବନ୍ଧା ହେଲେ R&B ଡିଭିଜନ୍-୫ର ଯନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ଆୟବର୍ହିଭୂତ ସମ୍ପତ୍ତି ଠୁଳ କରି ବନ୍ଧା ହେଲେ ଭୁବନେଶ୍ବର ଆର ଆଣ୍ଡ ବି ଡିଭିଜନ୍-୫ର ଯନ୍ତ୍ରୀ ସାରଦା ପ୍ରସାଦ ଗୌଡ଼। ସାରଦାଙ୍କ ଠାରୁ ଭିଜିଲାନ୍ସ ୧ କୋଟି ୩୩ ଲକ୍ଷ ଲକ୍ଷରୁ ଅଧିକ ଟଙ୍କାର ମମ୍ପତ୍ତି ଜବତ କରିଛି। ସାରଦାଙ୍କର ୧୯ଟି ପ୍ଲଟ ଓ ଗୋଟିଏ ୩ ମହଲା ବିଶିଷ୍ଟ କୋଠାଥିବାର  ଭିଜିଲାନ୍ସ ବିଭାଗ ଜାଣିବାକୁ ପାଇଛି। ସାରଦାଙ୍କୁ ଗିରଫ କରି ଭିଜିଲାନ୍ସ ଟିମ୍ ଜେଲକୁ ପଠାଇଛି।

ଗତକାଲି ଏହିଭଳି ଅନ୍ୟ ଜଣେ କୋଟିପତି ଯନ୍ତ୍ରୀ ରବୀନ୍ଦ୍ର ନାଥ ପ୍ରଧାନଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ତାଙ୍କର ୬ କୋଟି ୫୮ ଲକ୍ଷ ୫୮ ହଜାର ୪୫୦ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ବେଳେ ୫ କୋଟି ୭୧ ଲକ୍ଷ ଟଙ୍କାର ସମ୍ପତ୍ତିର ହିସାବ ଦେଇପାରିନଥିଲେ ରବିନ୍ଦ୍ର।   ତାଙ୍କର  ନୟାପଲ୍ଲୀ ବେହେରାସାହିରେ ଥିବା ତିନି ମହଲା ବିଲ୍ଡିଂ, ଶାସ୍ତ୍ରୀନଗରରେ ଥିବା ଦୁଇ ମହଲା ବିଲ୍ଡିଂ, ବାଲିଅନ୍ତା ନୂଆଗାଁ-କଞ୍ଚିଲୋ ରାସ୍ତାରେ ଥିବା ଆପାର୍ଟମେଣ୍ଟ, ବାଲିଅନ୍ତା କୁରୁଣ୍ଟିରେ ସମ୍ପର୍କୀୟଙ୍କ ଘର, ଅଫିସ୍‌, ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଧୀନ ଅଯୋଧ୍ୟାନଗରରେ ଥିବା ପୈତୃକ ଘରେ ଏକକାଳୀନ ଚଢ଼ାଉ କରି ବିପୁଳ ପରିମାଣର ସମ୍ପତ୍ତି ଠାବ କରିଛନ୍ତି ଭିଜିଲାନ୍ସ ଟିମ୍।

Leave A Reply

Your email address will not be published.