ଭୁବନେଶ୍ବର(କେନ୍ଯୁଜ୍) : ପୁଣି ରାଜଧାନୀରେ ନୀଳ ଜହର। ଗଞ୍ଜେଇ ଭର୍ତ୍ତି ଟ୍ରକ ଜବତ କଲା କେନ୍ଦ୍ରୀୟ ରାଜସ୍ୱ ନିର୍ଦ୍ଦେଶାଳୟ। ଚନ୍ଦକା ନିକଟରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଏହାର ଓଜନ ପ୍ରାୟ ୧ କ୍ୱିଣ୍ଟାଲ ହେବ।
ଅନ୍ୟାନ୍ୟ ସାମଗ୍ରୀ ସହ ଟ୍ରକ୍ରେ ଗଞ୍ଜେଇ ଚାଲାଣ କରାଯାଉଥିଲା। ଇଛାପୁରମରୁ ପାଟଣା ଚୋରାଚାଲାଣ ହେଉଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଚଢାଉ କରାଯାଇଥିଲା। ତେବେ ଟ୍ରକ ଡ୍ରାଇଭର ଓ ହେଲପର୍ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।