Below header

ସମ୍ପର୍କକୁ ମଜବୁତ୍ କରିବାକୁ ଚାହୁଁଛନ୍ତି କି? ଏହି ଗୋଟିଏ କାମ ନିଶ୍ଚିତ କରନ୍ତୁ

କୌଣସି ବି ସମ୍ପର୍କକୁ ମଜବୁତ୍ ଭାବେ ନିଭାଇବା ପାଇଁ ପରସ୍ପର ମଧ୍ଯରେ କିଛି ଦୂରତା ରଖିବା ଆବଶ୍ଯକ । କିନ୍ତୁ କିଛି ସମୟରେ ଲୋକେ ଭୁଲ୍ କରି ବସନ୍ତି । ଭଲପାଇବା ଥିବା ସତ୍ତ୍ବେ ମଧ୍ଯ ନିଜର ସାଥୀଙ୍କ ସହିତ କିଛି ଦୂରତା ରଖିବା ଦରକାର । ବ୍ଯକ୍ତିଗତ ଦୂରତାକୁ ଭୁଲ୍ ଭାବେ ନେବା ଠିକ୍ ନୁହେଁ । ନିଜ ସାଥୀଙ୍କ ଠାରୁ ଦୂରତା ରଖିବା ମାନେ ନୁହେଁ କି ସେ ଆପଣଙ୍କ ସହିତ ରହି ବୋର ହୋଇଗଲେଣି କିମ୍ବା ବିରକ୍ତ ହୋଇଗଣେଣି । ସମ୍ପର୍କରେ ଯଦିଓ ଦୁଇଜଣ ନିଜର ସବୁ କଥାବର୍ତ୍ତା, ସବୁ ଅନୁଭବ ସେୟାର କରିଥାନ୍ତି, କିନ୍ତୁ ଏହାଛଡା ପରସ୍ପରର ବ୍ଯକ୍ତିଗତ ଦୂରତାକୁ ନଜର ରଖିବା ଜରୁରୀ ଅଟେ । ଚାଲନ୍ତୁ ଜାଣିବେ କେମିତି ଅ।ପଣ ଆପଣଙ୍କ ସାଥୀଙ୍କ ସହ କିଛି ଦୂରତା ରଖିବାର ଅଭ୍ଯାସ କରିପାରିବେ ।

ସବୁବେଳେ ସକରାତ୍ମକ ଭାବେ ଦେଖନ୍ତୁ :

personal-spaceକିଛି ସମୟ ପାଇଁ ଅଲଗା ହୋଇ ଏକାନ୍ତରେ ନିଜର କାମ କରନ୍ତୁ । ଯାହା କେବଳ ଆପଣଙ୍କ ପାଇଁ ନୁହେଁ ଆପଣଙ୍କ ସାଥୀଙ୍କ ପାଇଁ ମଧ୍ଯ ଭଲ ହୋଇଥାଏ । ଏହା କରିବା ଦ୍ବାରା ନିଜର ଜୀବନ ଏବଂ ଏକ ଯୋଡିଦାରର ଜୀବନ ମଧ୍ଯରେ ସନ୍ତୁଳନ ବଜାୟ ରହିବ । ଯାହା ଦ୍ବାରା ଆପଣ ଆପଣଙ୍କ ଜୀବନକୁ ଭଲ ଭାବେ ବଞ୍ଚିପାରିବେ ।

ଦୂରତାକୁ ନିଜର କମି ଭାବେ ନିଅନ୍ତୁ ନାହିଁ :

irritated-girlfriend-1କିଛି ଲୋକଙ୍କୁ ଲାଗେ କି ଯଦି ସାଥୀ ନିଜକୁ କିଛି ଦୂରତା ଦେବାକୁ ଚାହେଁ, ତେବେ ସେ ଏହି ସମ୍ପର୍କରେ ଖୁସି ନାହିଁ କିମ୍ବା ସେ ଏହି ସମ୍ପର୍କକୁ ଭାଙ୍ଗିବାକୁ ଚାହାନ୍ତି । କିନ୍ତୁ ଏହା ସତ ନୁହେଁ । ବ୍ଯକ୍ତିଗତ ଦୂରତା ଦ୍ବାରା ଆପଣଙ୍କ ଭିତରେ ଥିବା ଅସୁରକ୍ଷିତ ଭାବନା ଦୂର ହୋଇଥାଏ ।

ଆପଣ କଣ ଭାବୁଛନ୍ତି ନିଜ ସାଥୀଙ୍କୁ କୁହନ୍ତୁ :

personal-spaceଯଦି ଆପଣଙ୍କ ସାଥୀକୁ  ଦୂରତା ଦେବାର ବିଚାରରେ ଆପଣଙ୍କୁ ଚିନ୍ତା ଲାଗୁଛି, ତେବେ ଆପଣଙ୍କ ସାଥୀଙ୍କୁ ନିଶ୍ଚିତ ଏହି କଥା ସେୟାର କରନ୍ତୁ । ଆପଣ ପରସ୍ପର ମିଶିକି ଏହାର ସମାଧାନର ବାଟ ବାହାର କରନ୍ତୁ। ଧ୍ଯାନ ରଖନ୍ତୁ ଆପଣଙ୍କ ସାଥୀକୁ ଏହା କେବେବି ଭାବିବାକୁ ଦିଅନ୍ତୁ ନାହିଁ କି ଆପଣ ତାଙ୍କଠାରୁ କିଛି ଦୂରତା ରଖିବାକୁ ଚାହୁଁଛନ୍ତି ବୋଲି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.