Below header

୪ଟି କ୍ଯାମେରା ସହ ମାତ୍ର ଏତିକି ମୂଲ୍ଯରେ ଲଞ୍ଚ ହେଲା Lenovo K9

ଲେନୋଭୋ ଭାରତରେ ଲଞ୍ଚ କରିଛି ଏହାର  ଧମାକେଦାର ସ୍ମାର୍ଟଫୋନ୍ Lenovo K9 ଏବଂ Lenovo A5। ତେବେ ଆପଣଙ୍କ ସୂଚନା ପାଇଁ କହିବାକୁ ଚାହିଁବୁ Lenovo K9 ହେଉଛି କମ୍ପାନିର ବହୁ ବିକ୍ରି ହେଉଥିବା ସ୍ମାର୍ଟଫୋନ୍ Lenovo K8ର ଅପଗ୍ରେଡ଼ ଭର୍ସନ୍। ତେବେ Lenovo A5କୁ ଜୁନରେ ଚାଇନାରେ ଲଞ୍ଚ କରାଯାଇଥିବା ବେଳେ ଏବେ ଭାରତରେ ଲଞ୍ଚ କରାଯାଇଛି। ତେବେ ଏଥିରେ ସବୁଠାରୁ ଖାସ ରହିଛି ଏହାର ବ୍ଯାଟେରୀ ଏବଂ କ୍ଯାମେରା।

ମୂଲ୍ଯ

Lenovo A5 ସ୍ମାର୍ଟଫୋନର ଦୁଇଟି ବେରିଏଣ୍ଟକୁ ଭାରତ ବଜାରରେ ଲଞ୍ଚ କରାଯାଇଛି। ଏହାର ୨/୧୬ଜିବି ଷ୍ଟୋରେଜର ମୂଲ୍ଯ ୫,୯୯୯ଟଙ୍କା ରହିଥିବା ବେଳେ ୩/୩୨ ଜିବି ଷ୍ଟୋରେଜର ମୂଲ୍ଯ ରହିଛି ୬,୯୯୯ଟଙ୍କା। ସେହିପରି ଅପଗ୍ରେଡ଼େଟ Lenovo K9ର ମୂଲ୍ଯ ରହିଛି ୮,୯୯୯ ଏବଂ ଏହାକୁ ବଜାରରେ ବ୍ଲାକ୍ ଏବଂ ବ୍ଲୁ କଲରରେ ଉପଲବ୍ଧ କରାଯାଇଛି।

Lenovo_K9_and_Lenovo_A5

ଫିଚର

Lenovo K9 ମୋବାଇଲର ଡ଼ିସପ୍ଲେ ୫.୭ଇଞ୍ଚ ବିଶିଷ୍ଟ ରହିଥିବା ବେଳେ ଏହାର ଅକ୍ଟାକୋର ପ୍ରୋସେସର ରହିଛି। ଏଥିରେ ୩/୩୨ ଜିବିର ଷ୍ଟୋରେଜ୍ ରହିଛି। ମୋବାଇଲର ଫ୍ରଣ୍ଟ କ୍ଯାମେରା ୧୩ ଏବଂ ୫ ମେଗାପିକ୍ସଲ ରହିଥିବା ବେଳେ ରିୟର କ୍ଯାମେରା ରହିଛି ୧୩ ଏବଂ ୫ ମେଗାପିକ୍ସଲ। କହିବାକୁ ଗଲେ କମ୍ ମୂଲ୍ଯରେ ୪ଟି କ୍ଯାମେରା ବିଶିଷ୍ଟ ସ୍ମାର୍ଟଫୋନ୍ ମଧ୍ୟରେ ଏହା ଗଣା।  ତେବେ ଏହାର ବ୍ଯାଟେରୀ ରହିଛି ୩୦୦୦ ଏମଏଏଚ୍।

Lenovo A5 ସ୍ମାର୍ଟପୋନର ଡ଼ିସପ୍ଲେ ୫.୪୫ ଇଞ୍ଚ ରହିଥିବା ବେଳେ ୧.୫GHZ ଅକ୍ଟାକୋର ପ୍ରୋସେସର ରହିଛି। ଏହାର ବ୍ଯାଟେରୀ ୪୦୦୦ଏମଏଏଚ୍ ରହିଥିବା ବେଳେ କ୍ଯାମେରା ରହିଛି ୧୩ / ୮ ମେଗାପିକ୍ସଲ ରହିଛି। ତେବେ ଏହାକୁ ଦୁଇଟି ଷ୍ଟୋରେଜ୍ ଅପସନରେ ଉପଲବ୍ଧ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.