ନବରଙ୍ଗପୁର(କେନ୍ୟୁଜ୍): ନବରଙ୍ଗପୁର ITDA ଅଫିସର ଇନଚାର୍ଜ AE ଶରତ କୁମାର ମାଝୀ, ଯନ୍ତ୍ରୀ ପ୍ରମୋଦ କୁମାର ପ୍ରଧାନ, ଯନ୍ତ୍ରୀ ବି.ଏନ ବେହେରାଙ୍କ ଉପରେ ଭିଜିଲାନ୍ସ ଚଢାଉ। ଟଙ୍କା ଧରି ଉମରକୋଟ ଯାଉଥିବା ବେଳେ ଖବର ପାଇ ଭିଜିଲାନ୍ସ ଚଢାଉ କରିଥିଲା । ସରକାରୀ ଗାଡିରେ ଟଙ୍କା ନେଇ ଯାଉଥିବା ବିଶେଷ ସୂତ୍ର ରୁ ଖବର ପାଇଥିଲା ଭିଜିଲାନ୍ସ ବିଭାଗ।
ତେଣୁ ପାପଡାହାଣ୍ଡି ନିକଟସ୍ତ ମୃଗ ବିହାର ପାଖରେ ଛକି ଥିଲା ଭିଜିଲାନ୍ସ ବିଭାଗ। ସରକାରୀ ଗାଡି ଟିକୁ ଯାଞ୍ଚ ସମୟରେ ସେଥିରୁ ନଗଦ ୩ ଲକ୍ଷରୁ ଉର୍ଦ୍ଧ୍ବଟଙ୍କା ଜବତ କରାଯାଇଥିବା ବେଳେ ଗାଡିରେ ଥିବା ଅନ୍ୟ ମାନଙ୍କୁ ମଧ୍ୟ ଅଟକ ରଖି ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ ବିଭାଗ ।