ମାତିଛନ୍ତି ଜିଏସ୍‌ଟି ଠକ,ମାସକ ଭିତରେ ଓଡ଼ିଶା ଲିଙ୍କରେ ପ୍ରାୟ ୧୧ଶହ କୋଟି ଟଙ୍କାର ଠକେଇ ଠାବ

କେନ୍ୟୁଜ୍(ବ୍ୟୁରୋ):  ମାତିଛନ୍ତି ଜିଏସ୍‌ଟି ଠକ। ମାସକ ଭିତରେ ଓଡ଼ିଶା ଲିଙ୍କରେ ପ୍ରାୟ ୧୧ଶହ କୋଟି ଟଙ୍କାର ଠକେଇ ଠାବ। ଜିଏସ୍‌ଟି ଇଣ୍ଟିଲିଜେନ୍‌ସ ନିର୍ଦ୍ଦେଶାଳୟର ସୂଚନା ମୁତାବକ ଏଥିରେ ବଡ଼ବଡ଼ ବ୍ୟବସାୟୀ ମଧ୍ୟ ସାମିଲ ଅଛନ୍ତି। ଏଥିରୁ ଏକ ବଡ଼ ଠକେଇ ହୋଇଛି, ପ୍ରାୟ ୪ଶହ କୋଟି ଟଙ୍କାର ଫର୍ଜିବିଲ୍‌ରେ ୪୦ କୋଟି ଟଙ୍କା ଠକେଇ।

ଜିଏସ୍‌ଟି ଠକେଇ ନେଇ ନଭେମ୍ବର ମାସରୁ ବଡ଼ ଧରଣର ଧରପକଡ ଚାଲିଛି। ମାସେ ଭିତରେ ୫୦ଟି କେସ ଧରା ପଡିଛି। ଠାବ ହୋଇଛି ୧୧ଶହ କୋଟି ଟଙ୍କାର ଟିକସ ଠକେଇ। ବହୁ ଲୋକ ଗିରଫ ହୋଇଛନ୍ତି। ଫର୍ଜି ବିଲ୍‌ ଜରିଆରେ ଠକେଇ ହେଉଛି। ଓଡ଼ିଶାରୁ ଆରମ୍ଭ କରି ବାହାର ରାଜ୍ୟ ଯାଏ ଜାଲ ବିଛାଇଛନ୍ତି, ଠକମାନେ।

ରାଜ୍ୟରେ ରାଉରକେଲାରେ ଜିଏସ୍‌ଟି ଠକେଇ ଅଧିକ ହେଉଛି। ଗତକାଲି ରାଉରକେଲାରୁ ଗିରଫ ହୋଇଥିଲେ ସନ୍ତୋଷ ଗୁପ୍ତା। ଜିଏସଟି ଇଣ୍ଟେଲିଜେନସର ଭୁବନେଶ୍ୱର ଜୋନାଲ ୟୁନିଟ ତାକୁ ଗିରଫ କରିଥିଲା। ୧୦ଟି ଜାଲ କମ୍ପାନୀ ଖୋଲି ପ୍ରାୟ ୪ଶହ କୋଟି ଟଙ୍କାର ଫେକ ଇନଭଏସ କରିଥିଲା। ଏଥିରୁ ସେ ୪୦ କୋଟି ଟଙ୍କା ଜିଏସଟି ଠକିଥିବା ପ୍ରମାଣ ମିଳିଥିଲା।

ଏମାନେ ସାଧାରଣତଃ ଗରିବ, ଦିନ ମଜୁରିଆଙ୍କୁ ଟାର୍ଗେଟ କରନ୍ତି। ତାଙ୍କଠାରୁ ବିଭିନ୍ନ ପରିଚୟ ପ୍ରମାଣ ପତ୍ର ଆଣି, ତାଙ୍କ ନାଁରେ କଂପାନୀ ଖୋଲି ଜାଲ୍‌ କାରବାର କରନ୍ତି। କୋଟି କୋଟି ଟଙ୍କା ଠକି ନିଅନ୍ତି। ତେଣୁ ସାଧାରଣ ଲୋକଙ୍କୁ ସଚେତନ ରହିବାକୁ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.