Below header

ଯଶର କାରକ ସୂର୍ଯ୍ଯଦେବତା, ପୂଜା କରିବା ଦ୍ବାରା ମିଳିଥାଏ ମାନ ସମ୍ମାନ

ହିନ୍ଦୁ ଧର୍ମାନୁସାରେ କେବଳ ସୂର୍ଯ୍ୟ ଦେବତା ଏପରି ଏକ ଦେବତା ଯିଏ ସାକ୍ଷାତ ଆମକୁ ଦର୍ଶନ ଦିଅନ୍ତି। ବିଶ୍ବାସ ରହିଛି ଯେ, ସୂର୍ଯ୍ୟ ଦେବତାଙ୍କ ପୂଜା କରିବା ଦ୍ବାରା ସଫଳତା, ମାନସିକ ଶାନ୍ତି ଏବଂ ଶକ୍ତି ପ୍ରାପ୍ତି ହେବା ସହ ଉତ୍ତମ ସ୍ବାସ୍ଥ୍ୟ ନିମନ୍ତେ ଆର୍ଶୀବାଦ ମିଳିଥାଏ। ସୂର୍ଯ୍ୟଙ୍କ ପୂଜାରେ ଗାୟତ୍ରୀ ମନ୍ତ୍ର ସହ ଏହିସବୁ ମନ୍ତ୍ରଗୁଡ଼ିକର ମଧ୍ୟ ପ୍ରୟୋଗ କରାଯାଇଥାଏ। ସୂର୍ଯ୍ୟ ଦେବତାଙ୍କୁ ଯଶର କାରକ ମଧ୍ୟ କୁହାଯାଇଥାଏ ଯାହାର ପୂଜା କରିବା ଦ୍ବାରା ମାନ-ସମ୍ମାନ ପ୍ରାପ୍ତି ହୋଇଥାଏ। ରବିବାରଠାରୁ ସୂର୍ଯ୍ୟ ମନ୍ତ୍ର ଜପ ଆରମ୍ଭ କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହି ମନ୍ତ୍ରଗୁଡ଼ିକୁ ମନସ୍କାମନା ପୂରଣ କରିବା ପାଇଁ ଶ୍ରଦ୍ଧା ସହକାରେ ସୁମରଣ କରନ୍ତୁ।

ସୂର୍ଯ୍ୟ ବୈଦିକ ମନ୍ତ୍ର: ଓଁ ଆକୃଷ୍ଣେନ ରଜସା ବର୍ତ୍ତମାନୋ ନିବେଶୟନ୍ନମୃତଂ ମର୍ତ୍ତ୍ୟଞ୍ଚ । ହିରଣ୍ୟେନ ସବିତା ରଥେନ ଦେବୋ ୟାତି ଭୁବନାନି ପଶ୍ୟନ।

ସୂର୍ଯ୍ୟଙ୍କ ନିମନ୍ତେ ତାନ୍ତ୍ରୋକ୍ତ ମନ୍ତ୍ର : ଓଁ ଘୃଣିଃ ସୂର୍ଯ୍ୟାଦିତ୍ୟୋମ,ଓଁ ଘୃଣିଃ ସୂର୍ଯ୍ୟ ଆଦିତ୍ୟ ଶ୍ରୀ , ଓଁ ହ୍ରାଁ ହ୍ରୀଁ ହୈାଁ ସଃ ସୂର୍ଯ୍ୟାୟଃ ନମଃ , ଓଁ ହ୍ରୀଁ ହ୍ରୀଁ ସୂର୍ଯ୍ୟାୟଃ ନମଃ।

ସୂର୍ଯ୍ୟ ନାମ ମନ୍ତ୍ର: ଓଁ ଘୃଣିଃ ସୂର୍ଯ୍ୟାୟଃ ନମଃ।

puja

ସୂର୍ଯ୍ୟଙ୍କ ପୈାରାଣିକ ମନ୍ତ୍ର: ଜପାକୁସୁମ ସଙ୍କାଶଂ କାଶ୍ୟପେୟମ୍ ମହାଦ୍ୟୁତିମ୍। ତମୋରିଂ ସର୍ବପାପଘ୍ନଂ ପ୍ରଣତୋସ୍ମି ଦିବାକରମ୍।

ସୂର୍ଯ୍ୟ ଗାୟତ୍ରୀ ମନ୍ତ୍ର: ଓଁ ଆଦିତ୍ୟନାଥ ବିଦମହେ ଦିବାକରାୟ ଧୀମହି ତନ୍ନଃ ସୂର୍ଯ୍ୟ ପ୍ରଚୋଦୟାତ୍।

ହୃଦ ରୋଗ, ଚକ୍ଷୁ ରୋଗ, ପୋଲିଓ ଏବଂ କୁଷ୍ଠ ରୋଗ ତଥା ସବୁ ପ୍ରକାର ଅସାଧ୍ୟ ରୋଗ ଦୂର କରିବା ନିମନ୍ତେ ସୂର୍ଯ୍ୟ ଦେବତାଙ୍କ ଏହି ମନ୍ତ୍ରକୁ ଜପ କରିବା ଉଚିତ୍।

ଓଁ ହୃଁ ହୀଁ ସଃ ସୂର୍ଯ୍ୟାୟଃ ନମଃ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.