Below header

ଘରେ ରଖିଥିବା ଏହିସବୁ ଜିନିଷ ତୁରନ୍ତ ହଟାନ୍ତୁ, ନଚେତ ରୋଷ କରିବେ ମା’ ଲକ୍ଷ୍ମୀ

ଶୁକ୍ରବାର ଦିନ ଧନ ଦେବୀ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ସବୁଠାରୁ ଭଲ ଦିନ ବୋଲି କୁହାଯାଏ। ମାନ୍ଯତା ଅନୁଯାୟୀ, ଶୁକ୍ରବାର ଦିନ ସଂପୂର୍ଣ୍ଣ ବିଧି ବିଧାନ ସହିତ ମା’ ଲକ୍ଷ୍ମୀଙ୍କୁ ପୂଜା କରି ଖୁସି କରିବା ସହିତ ସୁଖ ସମୃଦ୍ଧି ମଧ୍ୟ ଆଣିପାରିବେ। ଯଦି ମା’ ଲକ୍ଷ୍ମୀ କାହା ଉପରେ ରୋଷ କରନ୍ତି, ତେବେ ତାକୁ ରାଜାରୁ ଭିକାରୀ କରିଦେଇପାରନ୍ତି। ଜ୍ଯୋତିଷ ଶାସ୍ତ୍ରରେ ଏମିତି କିଛି କଥା ରହିଛି, ଯାହା ଯୋଗୁଁ ମା ଲକ୍ଷ୍ମୀ ନାରାଜ ହେବା କଥା ଉଲ୍ଲେଖ ରହିଛି। ଆଉ ଘରେ ଏମିତି କିଛି ଜିନିଷ ରଖନ୍ତୁ ନାହିଁ, ଯାହା ପାଇଁ ଲକ୍ଷ୍ମୀଛଡା ହେବାକୁ ପଡିବ।

ଘରେ କେବେ ବି ମହୁଫେଣା ରହିବା ଉଚିତ ନୁହେଁ : ଯଦି ଘରର ଛାତରେ ମହୁଫେରା ରହିଥାଏ, ତେବେ ପରିବାରକୁ ଆର୍ଥିକ ସମସ୍ଯାର ସମ୍ମୁଖୀନ ହେବାକୁ ପଡିବ।

ବୁଢିଆଣୀ ବସା: ଦେବୀ ଲକ୍ଷ୍ମୀ ସେହି ଘରେ ବାସ କରନ୍ତି, ଯେଉଁଘରେ ବୁଢିଆଣୀ ବସା ନଥାଏ। ମା’ ଲକ୍ଷ୍ମୀଙ୍କୁ ସବୁବେଳେ ସଫାସୁତରା ପସନ୍ଦ ଆସିଥାଏ। ଘରେ ବୁଢିଆଣୀ ବସା ରହିଲେ ନକାରାତ୍ମକ ଶକ୍ତି ଆସିଥାଏ।

ପାରା ବସା: ଘରକୁ ପାରା ଆସିବା ସୁଖ ଶାନ୍ତିର ସଂକେତ ଦେଇଥାଏ। ତେଣୁ ପ୍ରତିଦିନ ପାରାଙ୍କ ପାଇଁ ପାଣି ଏବଂ ଖାଦ୍ଯ ରଖିବା ଉଚିତ। କିନ୍ତୁ ଘରେ କେବେ ବି ପାରା ବସା ହେବାକୁ ଦିଅନ୍ତୁ ନାହିଁ। ପାରା ବସା ଘରେ ଆର୍ଥିକ ସମସ୍ଯା ଆଣିଦିଏ।

pigeon

ଭଙ୍ଗା ଦର୍ପଣ : ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ କେବେ ବି ଭଙ୍ଗା ଦର୍ପଣ ରଖିବା କଥା ନୁହେଁ। ଏହା କରିବା ଦ୍ବାରା ଘଷର ନେଗେଟିଭ ଶକ୍ତି ସକ୍ରିୟ ରହିଥାଏ। ପରିବାର ଲୋକେ ମାନସିକ ଚିନ୍ତାରେ ରୁହନ୍ତି। ଘରେ ଲକ୍ଷ୍ମୀ ବାସ କରନ୍ତି ନାହିଁ।

ଅଇଁଠା ବାସନ ଏଣେତେଣେ ରଖିବା: ଘରେ ମା’ ଲକ୍ଷ୍ମୀଙ୍କ କୃପା ଦରକାର, ତେବେ ସଫାସୁତୁରା ରଖିବା ଦରକାର। ଘରେ କେବେ ବି ଅଇଁଠା ବାସକୁ ଏଣେତେଣେ ପକାନ୍ତୁ ନାହିଁ। ଏମିତି କଲେ ମା’ ଲକ୍ଷ୍ମୀ ରୋଷ କରି ଚାଲିଯିବେ। ଯଦି ସମ୍ଭବ ଅଇଁଠା ବାସନ ରାତିରେ ଶୋଇବା ସମୟରେ ଧୋଇଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.