Below header

ନୃଶଂସ ସ୍ୱାମୀର ଉନ୍ମତ୍ତକାଣ୍ଡ: ଫାର୍ସା ଚୋଟରେ ସ୍ତ୍ରୀ ଓ ଦୁଇ ଝିଅ ଗୁରୁତର

ଢେଙ୍କାନାଳ : ନୃଶଂସ ସ୍ୱାମୀର ଉନ୍ମତ୍ତକାଣ୍ଡ। ଫାର୍ସା ଚୋଟରେ ସ୍ତ୍ରୀ ଗୁରୁତର। ନିଷ୍ଠୁର ବାପାର ଆକ୍ରମଣରୁ ଦୁଇ ଝିଅ ବି ବର୍ତ୍ତିପାରିଲେନି । ଢେଙ୍କାନାଳ କାମାକ୍ଷାନଗର ଥାନା ଡିମିରିଆ ଗାଁରେ ଏଭଳି କାଣ୍ଡ ଘଟିଛି। ଗୁରୁତର ଅବସ୍ଥାରେ ମାଆ ଓ ଦୁଇ ଝିଅଙ୍କୁ ଢେଙ୍କାନାଳ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା।

ସ୍ତ୍ରୀ ମିନାକ୍ଷୀ ରାଉତଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ପ୍ରାଣବନ୍ଧୁ ରାଉତ କିଛି କାମଧନ୍ଦା ନକରି ଘରେ ବସି ରହୁଥିଲା। ସ୍ତ୍ରୀ ମିନାକ୍ଷୀ ଏହାର ପ୍ରତିବାଦ କରିବାରୁ ଉତ୍ୟକ୍ତ ହୋଇ ପ୍ରାଣବନ୍ଧୁ ସମସ୍ତଙ୍କୁ ଆକ୍ରମଣ କରିଥିଲା। ଗାଁଲୋକେ ଅଭିଯୁକ୍ତକୁ ଅଟକ ରଖି ପୋଲିସ ଜିମା ଦେଇଛନ୍ତି। ଘଟଣାର ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.