Below header

ବଲିଉଡ୍‌ରେ କ୍ୟାନସର ! ଜାଣନ୍ତୁ କେଉଁ କେଉଁମାନଙ୍କୁ କବଳିତ କରିଛି ଏହି ଗମ୍ଭୀର ରୋଗ

ବିଗତ କିଛିବର୍ଷ ହେବ ବଲିଉଡ୍‌କୁ ଯେପରି କଳା ବାଦଲ ମାଡ଼ି ଆସିଛି। ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ଦର୍ଶକମାନଙ୍କୁ ବିଚଳିତ କରି ଦେଇଛି। ଅନେକ ନାମୀଦାମୀ ସେଲିବ୍ରିଟି ହଠାତ୍‌ ମରଣକୁ ଆଦରି ନେଇଛନ୍ତି। ଗମ୍ଭୀର ରୋଗରେ ପୀଡ଼ିତ ହୋଇ ସେମାନେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ଆଉ କିଛି ସେଲିବ୍ରିଟି ପାରୁ ପର୍ଯ୍ୟନ୍ତ ନିଜର ଲଢ଼େଇ ଜାରି ରଖି ସେହି ଗମ୍ଭୀର ରୋଗକୁ ବି ମାତ୍‌ ଦେବାରେ ସଫଳ ହୋଇଛନ୍ତି।

ବଲିଉଡ୍‌ ଅଭିନେତା ରିଷି କପୁର ହୁଅନ୍ତି କି, ଇରଫାନ୍‌ ଖାନ, ଅଭିନେତ୍ରୀ ସୋନାଲି ବିନ୍ଦ୍ରେ ହୁଅନ୍ତୁ କି ତାହିରା କଶ୍ୟପ, ଏ ସମସ୍ତେ କ୍ୟାନସର ସହ ଲଢ଼ିଛନ୍ତି। କିନ୍ତୁ ଦୁଃଖର ବିଷୟ, ରିଷି କପୁର ଓ ଇରଫାନ୍‌ ଖାନ୍‌ କ୍ୟାନସର କବଳରୁ ମୁକୁଳି ପାରି ନ ଥିଲେ। ମାସ ମାସ ଧରି ଚିକିତ୍ସା ଚାଲିବା ସତ୍ତ୍ୱେ ଦିନକୁ ଦିନ ରୋଗ କାୟା ବିସ୍ତାର କରି ଚାଲିଥିଲା। ଶେଷରେ ହାରି ଯାଇଥିଲେ ଏହି ଦୁଇ ମହାନ୍‌ କଳାକାର। ଆଉ ସବୁଦିନ ପାଇଁ ଏ ଦୁନିଆକୁ କରି ଦେଇଥିଲେ ଅଲ୍‌ବିଦା। ସେମାନଙ୍କ ଭଳି ସଞ୍ଜୟ ଦତ୍ତ, ମନୀଷା କୋଇରାଲା, ଅନୁରାଗ ବସୁ, ଲିସା ରେ, ରାକେଶ ରୋଶନ, ନଫିସା ଅଲୀ ସୋଢ଼ି ବି କ୍ୟାନସର କବଳରେ ଫସିଛନ୍ତି। କିନ୍ତୁ ଦୃଢ଼ ମନୋବଳ, ଗଭୀର ଆତ୍ମବିଶ୍ୱାସ ଏମାନଙ୍କୁ କେବେ ହାରିବାକୁ ଦେଇନି।

kiran
photo credit: Zee News

ତେବେ ଇଏ ତ ଗଲା ନିକଟ ଅତୀତର କିଛି କଳାକାରଙ୍କ କଥା, ଯେଉଁମାନଙ୍କୁ କ୍ୟାନସର କବଳିତ କରିଥିଲା। କିନ୍ତୁ ଏବେ ଆମେ କଥା ହେବା ଅଭିନେତ୍ରୀ ସାଂସଦ କିରଣ ଖେରଙ୍କ ବିଷୟରେ। ୨ ଦିନ ତଳେ ସ୍ୱାମୀ ଅନୁପମ ଖେର ସ୍ତ୍ରୀ କିରଣଙ୍କ ବିଷୟରେ ଏକ ଟ୍ଵିଟ୍‌ କରିଥିଲେ, ଯେଉଁଥିରୁ ଜଣାପଡ଼ିଥିଲା କି, କିରଣ କ୍ୟାନସରେ ପୀଡ଼ିତ। ତାଙ୍କୁ ମଲ୍ଟିପଲ୍‌ ମାୟଲୋମା ହୋଇଛି, ଯାହାକି ଏକ ପ୍ରକାର ବ୍ଲଡ୍‌ କ୍ୟାନସର। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି ଏବଂ ସେ ପୂର୍ବ ଅପେକ୍ଷା ଅଧିକ ମଜଭୁତ୍‌ ହେବେ ବୋଲି ଅନୁପମ ଟ୍ଵିଟ୍‌ରେ ଉଲ୍ଲେଖ କରିଥିଲେ।

ତେବେ ଆପଣଙ୍କୁ ଜଣାଇ ଦେବାକୁ ଚାହିଁବୁ ଯେ ଗତବର୍ଷ ନଭେମ୍ବରରେ କିରଣ ଖେରଙ୍କ ହାତରେ ଫ୍ରାକ୍ଚର ହୋଇଥିଲା। ଏହି ସମୟରେ ତାଙ୍କ ପେଟର ସ୍କାନ୍‌ କରାଯାଇଥିଲା, ଯାହା ପରେ ତାଙ୍କଠାରେ ମଲ୍ଟିପଲ ମାୟଲୋମାର ପ୍ରାରମ୍ଭିକ ଲକ୍ଷଣ ମିଳିଥିଲା। ସେବେଠାରୁ ମୁମ୍ବାଇରେ ତାଙ୍କର ଲଗାତାର ଚିକିତ୍ସା ଚାଲିଛି। ସେପଟେ କିରଣଙ୍କ ପ୍ରଶଂସକମାନେ ତାଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.