କଟକ ଜଗତପୁର ଠାରୁ ସାଲେପୁର ପର୍ଯ୍ଯନ୍ତ ରାସ୍ତା କଡରେ ଚାଲିଛି ପଇଡ ବ୍ଯବସାୟ, ଜମୁଛି ଗ୍ରାହକଙ୍କ ଭିଡ

ସାଲେପୁର: ଆଜିକାଲିର ଆଧୁନିକ ସମାଜରେ ଫାଷ୍ଟ ଫୁଡର ଚାହିଦା ବେଶ୍ ଅଧିକ ରହିଛି। ବାଟ ଘାଟ ସବୁଠାରେ ବେପାରୀମାନେ ନିଜର ବ୍ଯବସାୟ ମେଲାଇଛନ୍ତି । ସମୟ ସହିତ ତାଳ ଦେଇ ପାଶ୍ଚାତ୍ଯ ସଂସ୍କୃତିର ଲୋକେ ଏବେ ଅନୁ କରଣ କରିବାକୁ ଲାଗି ଲେଣି ବିଦେଶୀ ଖାଦ୍ୟ ଓ ପାନୀୟକୁ । କିନ୍ତୁ କେଉଁଠି ନା କେଉଁଠି ଆଜିବି ଆମ ଓଡିଆଙ୍କ ରୁଚି ରହିଛି ସେଇ ଦେଶୀ ଖାଦ୍ୟ ପଦାର୍ଥ ଉପରେ। ପ୍ରାକୃତିକ ଖାଦ୍ୟ ପାନୀୟ ଉପରେ ସବୁବେଳେ ସେମାନଙ୍କର ରୁଚି ରହି ଆସିଛି । ଯାହା ସ୍ପଷ୍ଟ ବାରି ହୁଏ ପୂଜାପର୍ବ ମାନଙ୍କରେ । ଏପରି ଏକ ପାନୀୟ ଜଳ ହେଉଛି ପଇଡ଼ ପାଣି। ଯାହାକୁ ପିଇବା ପାଈଁ ଆଜି ମଧ୍ଯ ଲୋକ ମାନକର ବେଶ ଆଗ୍ରହ ରହିଛି । ପଇଡ ପାଣି ସବୁ ପାନୀୟ ପଦାର୍ଥ ଠାରୁ ଅଧିକ ଲାଭ ଦାୟକ ହୋଇଥାଏ। ଏଥିରେ ପୋଷକ ତତ୍ତ୍ବ ଭରପୂର ମାତ୍ରାରେ ରହିଥାଏ। କେବଳ ଗରମ ଦିନରେ ନୁହେଁ ବରଂ ସବୁ ସମୟରେ ଏହାର ସେବନ ଲାଭଦାୟକ ହୋଇଥାଏ। ଯାହାକୁ ପିଇବା ପାଇଁ ଆଜିବି ଲୋକେ ପସନ୍ଦ କରନ୍ତି।

କଟକ ଚାନ୍ଦାଲୀ ରୋଡର ଜଗତପୁର ଠାରୁ ସାଲେପୁର ପର୍ଯ୍ଯନ୍ତ ରାସ୍ତାର ଦ୍ରୁଶ୍ଯ ଦେଖିଲେ ପଇଡର ଚାହୀଦା ସମ୍ପର୍କରେ ଜଣାପଡିଯିବ। ଏଠାରେ ରାସ୍ତା କଡରେ ଚାଲିଛି ପଇଡ଼ ବ୍ଯବସାୟ। ରାସ୍ତାରେ ଯାଉଥିବା ପ୍ରତ୍ଯକ ଲୋକ ଅଟକି ଯାଇଥାନ୍ତି ପଇଡ଼ ପାଣି ଟିକେ ପିଇବା ପାଇଁ । ଦର ଟିକେ ଅଧିକ ହେଲେ ମଧ୍ୟ ଖୁସିରେ କିଣି କି ପିଇଥାନ୍ତି ଗ୍ରାହକମାନେ।

coconutବର୍ଷକ ବାରମାସ ଏଠାରେ ପଇଡ଼ର ଚାହିଦା ରହିଥିବା ବେଳେ ମୁଖ୍ଯତ ଖରା ଦିନେ ଏହାର ଚାହିଦା ଟିକେ ଅଧିକା ରହିଥାଏ। ବିଭିନ୍ନ ଅଞ୍ଚଳରୁ ଆସି ଦୀର୍ଘ ଦିନ ହେଲା ସକାଳୁ ସଂଧ୍ୟା ପର୍ଯ୍ଯନ୍ତ ଏଠାରେ ବ୍ଯବସାୟ କାରିଥାନ୍ତି ବ୍ଯବସାୟୀ ମାନେ। ଏବେ ମୂଲ୍ଯ ବୃଦ୍ଧି ସାଂଗକୁ ଗଛରେ ଫଳ କମ ହେଉ ଥିବାରୁ ବ୍ଯବସାୟରେ ଅସୁବିଧା ହେଉଥିଲେ ମଧ୍ୟ ପଇଡ଼ର ଚାହିଦା ଯେମିତିକୁ ସେମିତି ରହିଛି। ଅନ୍ଯପଟେ ପଇଡ଼ ପାଣିରେ ଅନେକ ଔଷଧୀୟ ଗୁଣ ରହିଛି । ତେଣୁ ଅନ୍ଯ ବିଦେଶୀ ପାନୀୟ ନ ପିଇ ପଇଡ଼ ପାଣି ସମସ୍ତେ ପିଇବା ଉଚିତ ବୋଲି କହିଛନ୍ତି ଉଭୟ ଗ୍ରାହକ ଓ ବ୍ଯବସାୟୀ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.