Below header

ମିସେସ୍‌ ଶ୍ରୀଲଙ୍କାର ଷ୍ଟେଜ୍‌ରେ ହାଇ-ପ୍ରୋଫାଇଲ୍‌ ଡ୍ରାମା, ବିଜେତାଙ୍କ ମୁଣ୍ଡରୁ ଘୋଷାଡ଼ି ନେଲେ ମୁକୁଟ; ଦେଖନ୍ତୁ ଭିଡିଓ

ମିସେସ୍‌ ଶ୍ରୀଲଙ୍କାର ଷ୍ଟେଜ୍‌ରେ ହାଇ ପ୍ରୋଫାଇଲ୍‌ ଡ୍ରାମା ହୋଇଛି। ଏମିତି ଡ୍ରାମା ଯାହା କେହି କେବେ ଚିନ୍ତା ବି କରିନଥିବେ। ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ପ୍ରତିଯୋଗିତା ରବିବାର ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ପୁଷ୍ପିକା ଡି ସିଲଭାଙ୍କୁ ମିସେସ୍‌ ଶ୍ରୀଲଙ୍କା ମୁକୁଟ ମିଳିଛି।

ପୁଷ୍ପିକା ବିଜେତା ଘୋଷଣା ହେବା ପରେ ତାଙ୍କୁ କ୍ରାଉନ୍‌ ପିନ୍ଧାଯାଇଥିଲା। ମାତ୍ର କିଛି ସମୟ ପରେ ତାଙ୍କ ମୁଣ୍ଡରୁ ମୁକୁଟକୁ ଛଡ଼ାଇ ନିଆଯାଇଥିଲା ଓ କୁହାଯାଇଥିଲା ଯେ ତାଙ୍କର ଛାଡ଼ପତ୍ର ହୋଇଛି। ତେବେ ଏହା ପରେ ଯେଉଁ ଭଳି ଭାବେ ତାଙ୍କ ମୁଣ୍ଡରୁ ଏହି ମୁକୁଟକୁ ଘୋଷାଡ଼ି ଘୋଷାଡ଼ି ବାହାର କରାଯାଇଥିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ପୁଷ୍କିକାଙ୍କ ମୁଣ୍ଡରୁ କ୍ରାଉନ୍‌ ନେଇ ପ୍ରଥମ ରନର୍ସ ଅପ୍‌ଙ୍କୁ ପିନ୍ଧା ଯାଇଥିଲା ଓ ତାଙ୍କୁ ବିଜୟିନୀ ଘୋଷିତ କରାଯାଇଥିଲା। ଏସବୁ ଦେଖି ଲୋକମାନେ ନିଜ ଆଖିକୁ ବିଶ୍ୱାସ କରିପାରିନଥିଲେ। ପରେ ଜୁରୀ ସ୍ପଷ୍ଟ ଭାବେ କହିଥିଲେ ସେ ନିୟମାନୁସାରେ କୌଣସି ଛାଡ଼ପତ୍ର ପାଇଥିବା ମହିଳାଙ୍କୁ ବିଜୟିନୀ ଘୋଷଣା କରାଯାଇପାରିବ ନାହିଁ।

ଏହି ପୂରା ଘଟଣା ଟିଭିରେ ଟେଲିକାଷ୍ଟ ହେଉଥିଲା ଓ ତାହା ପରେ ଭାଇରାଲ ହେବାରେ ଲାଗିଛି। ଏହି ସିନ୍‌ର ଏକାଧିକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଡ୍ରାମା ଏତିକିରେ ସରିନଥିଲା। ମୁକୁଟ ଛଡ଼ାଇ ନେବା ପରେ ପୁଷ୍ପିକା ଫେସ୍‌ବୁକ୍‌ରେ ପୋଷ୍ଟ ସେୟାର କରି ଲେଖିଥିଲେ ଯେ ଏହା ଦ୍ୱାରା ତାଙ୍କ ମୁଣ୍ଡରେ ଆଘାତ ଲାଗିଛି।

ଏଥିସହ ସେ ଦାବି କରିଛନ୍ତି ଯେ ତାଙ୍କର ଛାଡ଼ପତ୍ର ହୋଇନାହିଁ। ଏସବୁ ଗୁଜବ। ସେ କହିଛନ୍ତି ଯଦି ତାଙ୍କର ଛାଡ଼ପତ୍ର ହୋଇଛି ତେବେ ତାଙ୍କୁ କାଗଜ ଦେଖାନ୍ତୁ। ଏହା ପରେ ସେ ଆଇନ୍‌ର ସାହାରା ନେବେ ବୋଲି କହିଥିଲେ। ମାତ୍ର ଏସବୁ ଘଟଣା ପରେ ଆୟୋଜକ କହିଛନ୍ତି ଯେ ସେ ଏବେ ପୁଷ୍କିକାଙ୍କୁ ମୁକୁଟ ଫେରାଇଦେବେ।

 Video credit: Colombo Gazette
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.