Below header

ନିଜ ମୁହଁ ଦ୍ୱାରା ବି କରିପାରିବେ Aadhaar Card ଡାଉନଲୋଡ, ଜାଣନ୍ତୁ କେମିତି

ଆଧାର କାର୍ଡ ଏକ ଏମିତି ଡକ୍ୟୁମେଣ୍ଟ ଯାହାର ଆବଶ୍ୟକ ଆପଣଙ୍କୁ ପ୍ରାୟ ସବୁ କାମରେ ପଡିଥାଏ। ଏଥିପାଇଁ ଆପଣଙ୍କୁ ଏହି କାର୍ଡ ସମ୍ବନ୍ଧୀୟ ସବୁ ଛୋଟ ବଡ ସୂଚନା ବିଷୟରେ ଜାଣିବା ଉଚିତ। କିଏ ଜାଣିଛି କେତେବେଳେ ଆପଣଙ୍କୁ ଏହି ସୂଚନାର ଆବଶ୍ୟ ପଡିଯିବ। ବ୍ୟାଙ୍କ ଠାରୁ ଖାତା ଖୋଲିବା ପର୍ଯ୍ୟନ୍ତ ଠାରୁ ନେଇ ଏବେ ଭ୍ୟାକ୍ସିନେସନ୍ ପର୍ଯ୍ୟନ୍ତ ଆଧାର କାର୍ଡ ବହୁତ ଆବଶ୍ୟକ ହୋଇଥାଏ।

ଚେହେରାରେ ଆଧାରକାର୍ଡ କରନ୍ତୁ ଡାଉନଲୋଡ

ଖାସ୍ କରି ଅନଲାଇନ୍ କାମ ପାଇଁ ଆମକୁ ‘authentication’ ପାଇଁ ଆମକୁ ଆଧାର ନମ୍ବର ଆବଶ୍ୟକ ପଡିଥାଏ। ଆମେ ଇ-ଆଧାର ଜରିଆରେ ସହଜରେ ହିଁ କରିନିଅନ୍ତି। ଇ-ଆଧାରକୁ ଡାଉନଲୋଡ୍ କରିବା ପାଇଁ ଆମେ ଆଧାର ନମ୍ବର ଏବଂ ଏନରୋଲମେଣ୍ଟର ବ୍ୟବହାର କରନ୍ତି। କିନ୍ତୁ ବର୍ତ୍ତମାନ UIDAI ଆଧାର କାର୍ଡଧାରକଙ୍କ ପାଇଁ ଏକ ନୂଆ ତରିକା ବାହାର କରିଛି। ଯେଉଁ ତରିକା ଅନୁଯାୟୀ ଆପଣ ନିଜ ଚେହେରା ଜରିଆରେ ହିଁ ଇ-ଆଧାର କାର୍ଡକୁ ଡାଉନଲୋଡ୍ କରିପାରିବେ। ଏଥିପାଇଁ ଆପଣଙ୍କୁ ଆଧାର ସେଣ୍ଟର ଯିବାକୁ ମଧ୍ୟ ପଡିବନାହିଁ ବରଂ ଘରେ ବସି ନିଜ ଲାପଟପ୍ ଦ୍ୱାରା ହିଁ କରିପାରିବେ।

ଜାଣନ୍ତୁ ପ୍ରୋସେସ୍‌

  • ସର୍ବପ୍ରଥମେ ଆପଣଙ୍କୁ UIDAIର ଅଫିସିଆଲ ୱେବସାଇଟ uidai.gov.in କୁ ଯିବାକୁ ହେବ।
  • ହୋମପେଜ ତଳ ଆଡକୁ  ‘Get Aadhaar Card’ ର ଅପସନ୍ ଦେଖାଯିବ, ତାହା ଉପରେ କ୍ଲିକ କରନ୍ତୁ।
  • ଏମିତି କରିବା ପରେ ଏକ ନୂଆ ପେଜ୍ ଖୋଲିବ, ଯେଉଁଠି ଆପଣଙ୍କୁ ସର୍ବ ନିମ୍ନରେ ‘face authentication’ର ଅପସନ୍ ଦେଖାଯିବ। କେବେ କେବେ ଏହି ବିକଳ୍ପ ଦେଖାଯାଏ ଆଉ କେବେ ଏହା ଗାୟବ ହୋଇଯାଏ।
  • ‘face authentication’ କୁ ସିଲେକ୍ଟ କରିବା ପୂର୍ବରୁ ଆପଣଙ୍କୁ ନିଜ ରେଜିଷ୍ଟର୍ଡ ମୋବାଇଲ ନମ୍ବର ଏବଂ କାପ୍ଚା ଭରିବାକୁ ହେବ।
  • ଆପଣଙ୍କୁ ଅଥେଣ୍ଟିକେସନ ପ୍ରୋସେସ୍ ଜରିଆରେ ନିଜ ଫେସ୍ ଭେରିଫାଏ କରିବାକୁ ହୋଇଥାଏ।
  • OK ଉପରେ କ୍ଲିକ କରନ୍ତୁ, ଏହା କରିବା ପରେ କ୍ୟାମେରା ଆରମ୍ଭ ହୋଇଯିବ। ଆପଣଙ୍କୁ କ୍ୟାମେରା ସାମ୍ନାରେ ଏମିତି ଭାବେ ବସିବାକୁ ହେବ ଯେମିତି ଫ୍ରେମରେ ଆପଣଙ୍କ ପୂରା ଚେହେରା ଆସିବ। ଏମିତି କରିବା ପରେ କ୍ୟାମେରା ଆପଣଙ୍କ ଫଟୋ ନେବ ଏବଂ ଏହି ପ୍ରକ୍ରିୟା ଶେଷ ହୋଇଯିବ।
  • ଏହାପରେ ଆପଣଙ୍କ ଆଧାର କାର୍ଡ ଡାଉନଲୋଡ ହୋଇଯିବ।
  • ଧ୍ୟାନ ରଖନ୍ତୁ ଆପଣ ଯେଉଁ କମ୍ପ୍ୟୁଟର ସିଷ୍ଟମ କିମ୍ବା ଲାପଟପରେ ଏହା କରୁଥିବେ ସେଥିରେ କ୍ୟାମେରା ଲାଗିଥିବା ଦରକାର। ନଚେତ ଆଧାର କାର୍ଡରେ ଫେସ୍ ଅଥେନଟିକେସନ ଏହି ପ୍ରକ୍ରୀୟା ପୂରା ହେବନାହିଁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.