ଝାଳ ଦୁର୍ଗନ୍ଧରୁ ରକ୍ଷା ପାଇବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ୫ଟି ଘରୋଇ ଉପାୟ

ଖରାଦିରେ ଶରୀରରୁ ଝାଳ ବାହାରିବା ସାଧାରଣ କଥା। ଖରାଦିନ ଆରମ୍ଭ ହେବା ଦିନଠୁ ଲୋକଙ୍କର ସ୍କିନ ଜନିତ ସମସ୍ୟା ଦେଖାଯାଏ। କିଛି ଲୋକ ଏଥିପାଇଁ ଅନେକ ସମସ୍ୟାର ସମ୍ମୁଖିନ ମଧ୍ୟ ହୋଇଥାନ୍ତି। ଝାଳ ବାହାରିବା ଦ୍ୱାରା ଦୁର୍ଗନ୍ଧ ଜନିତ ସମସ୍ୟା ବଢ଼ିଯାଏ। ଆଜିକାଲି ଯେଉଁମାନେ ଓ୍ଵାର୍କଆଉଟ, ମର୍ନିଙ୍ଗ ଓ୍ଵାର୍କ କରୁଛନ୍ତି ଏବଂ ଟେନସନ୍‌ ରେ ରହୁଛନ୍ତି, ସେମାନଙ୍କ ପାଇଁ ଏହି ସମସ୍ୟା ସାଧାରଣ।

skin09
pc; k9 of Mine

ଝାଳରେ ବ୍ୟାକ୍ଟେରିଆ ମିଶିଗଲେ ଏଥିରୁ ଦୁର୍ଗନ୍ଧ ବାହାରିବା ସହ ଏହା ସ୍କିନ ପାଇଁ କ୍ଷତିକାରକ ହୋଇଥାଏ। ଏହି ବ୍ୟାକ୍ଟେରିଆ ଶରୀରର ଡେଡ଼ ସ୍କିନ ଉପରେ ରହିଥାଏ। ତେଣୁ ଏହାକୁ ସବୁଦିନ ସଫା କଲେ ଶରୀରୁ ଦୁର୍ଗନ୍ଧ ଦୂର ହୋଇଯାଏ। ତେବେ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆମେ ଆଜି ଆପଣଙ୍କ ପାଇଁ ନେଇ ଅସିଛୁ କିଛି ଘରୋଇ ଉପାୟ। ଚାଲନ୍ତୁ ଜାଣିବା ସେ ସଂପର୍କରେ।

ଆପଲ୍‌ ସାଇଡର ଭିନେଗାର :

ନଡ଼ିଆ ତେଲରେ ଏହି ଭିନେଗାରକୁ ମିଶାଇ ଅଣ୍ଡର ଆର୍ମସରେ ଲଗାଇଲେ ଏଥିରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଯାନ୍ତି।

ଆଲୋବେରା:

ରାତିରେ ଶୋଇବା ପୂର୍ବରୁ ଆଲୋବେରା ଜେଲକୁ ଅଣ୍ଡର ଆର୍ମସ ରେ ଲଗାଇ ଶୁଅନ୍ତୁ। ସକାଳେ ଏହାକୁ ଧୋଇ ଦିଅନ୍ତୁ। ଏହାଦ୍ୱାରା ଦୁର୍ଗନ୍ଧ କମିବା ସହ ସ୍କିନ ସୁରକ୍ଷିତ ରୁହେ ।

skin0987
pc: Zee News

ଗୋଲାପ ଜଳ:

ଝାଳ ବାହାରୁଥିବା ସ୍ଥାନରେ ଗୋଲାପ ଜଳ ଲଗାଇ ଏହାକୁ କଟନ୍‌ କପଡ଼ାରେ ସଫା କରିଦିଅନ୍ତୁ। ଏହା ବ୍ୟତିତ ଗାଧୋଉଥିବା ପାଣିରେ ଏହାକୁ ମିଶାଇ ପାରିବେ। ଏହାଦ୍ୱାରା ଶରୀରରୁ ଦୁୁର୍ଗନ୍ଧ ଦୂରେଇଯିବ।

ବେକିଂ ସୋଡ଼ା:

ଲେମ୍ବୁରସରେ ୧ଚାମଚ ବେକିଂ ସୋଡ଼ା ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ୧୫ ମିନିଟ ପର୍ଯ୍ୟନ୍ତ ଅଣ୍ଡର ଆର୍ମସରେ ଲଗାଇ ରଖନ୍ତୁ। ଏହାପରେ ସେହି ସ୍ଥାନକୁ ଧୋଇଦିଅନ୍ତୁ। ଦେଖିବେ ଦୁର୍ଗନ୍ଧରୁ ଆପଣଙ୍କୁ ରକ୍ଷା ମିଳିବ।

skin098756
pc: Budwig center

ଟମାଟର ରସ:

ସୁନ୍ଦରତା ସହ ଜଡିତ ଅନେକ ସମସ୍ୟା ପାଇଁ ଘରୋଇ ଉପାୟରେ ଟମାଟରର ସ୍ଥାନ ପ୍ରମୁଖ। ତେବେ ଏହା ଝାଳର ଦୁର୍ଗନ୍ଧକୁ ମଧ୍ୟ ହ୍ରାସ କରିଥାଏ। ଟମାଟର ରସକୁ ୧୫ ମିନିଟ ପର୍ଯ୍ୟନ୍ତ ଅଣ୍ଡର ଆର୍ମସରେ ଲଗାଇ ପରେ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହରେ ୨ଥର କରନ୍ତୁ। ଏହାଦ୍ୱାରା ଝାଳ ଜନିତ ସମସ୍ୟା ଆପଣଙ୍କର ଦୂର ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.