କରୋନା ମହାମାରୀ ମୁକାବିଲା ପାଇଁ ଆସନ୍ତା ୧୭ରେ ସର୍ବଦଳୀୟ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କରୋନା ମହାମାରୀ ମୁକାବିଲା ପାଇଁ ସର୍ବଦଳୀୟ ବୈଠକ। ଆସନ୍ତା ୧୭ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନାକେଦମ୍‌ କଲାଣି କୋଭିଡ୍‌ ଦ୍ୱିତୀୟ ଲହରୀ ସଂକ୍ରମଣ। ଆଜି ରେକର୍ଡ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଭଳି ସଙ୍କଟ ସମୟରେ ମୁକାବିଲା ପାଇଁ ସର୍ବଦଳୀୟ ବୈଠକ ଡାକିବାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ।

୧୭ ତାରିଖ ସନ୍ଧ୍ୟା ୫ଟା ୩୦ରେ ବିଧାନସଭା ସମ୍ମିଳନୀ କକ୍ଷରେ ସବୁ ଦଳର ବିଧାୟକଙ୍କ ବୈଠକ ବସିବ। ଭିଡିଓ କନଫରେନ୍‌ସି ମାଧ୍ୟମରେ ବୈଠକ ବସିବ। ନିଜ ଞ୍ଚଳରେ କୋଭିଡ୍‌ ମହାମାରୀର ପ୍ରକୋପ, ସ୍ୱାସ୍ଥ୍ୟସେବା, ଔଷଧ, ଡାକ୍ତର, ନର୍ସ ଓ ଅକ୍ସିଜେନ୍‌ ସୁବିଧା, ଅଭାବ ଓ ଉପଲବ୍ଧି ସମ୍ପର୍କରେ ଆଲୋଚନା କରିବେ। ଏହାସହ କରୋନାକୁ କିପରି ସଫଳତାର ସହ ମୁକାବିଲା କରିହେବ ସେନେଇ ଆଲୋଚନା କରିବେ।

Leave A Reply

Your email address will not be published.