ଲମତାପୁଟ ଓ ମାଛକୁଣ୍ଡ ପୋଲିସକୁ ବଡ ସଫଳତା: ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

କୋରାପୁଟ : ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। ଲମତାପୁଟ ମାଛକୁଣ୍ଡ ପୋଲିସ ଦ୍ବାରା ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି। ପଣସ ବୋଝେଇ ଗାଡିରେ ଗଞ୍ଜେଇ ଚାଲାଣ କରାଯାଉଥିବାବେଳେ ବାଡେଲ ଛକ ନିକଟରେ ପୋଲିସ ଦ୍ବାରା ଧରାପଡିଛି। ପାଖାପାଖି ୪୨୦ କେଜିର ଗଞ୍ଜେଇ ଜବତ କରିଛି ପୋଲିସ ।

ଗଞ୍ଜେଇ ସହ ଟ୍ରକକୁ ଜବତ କରାଯାଇଥିବାବେଳେ, ରାଜସ୍ଥାନର ୨ ଜଣ ଚାଲାଣକାରୀ ବାବୁ ସିଂ ଓ ରାଜିନ୍ଦର ସିଂକୁ ଗିରଫ କରାଯାଇଛି। ଲମତାପୁଟ ଅଂଚଳରୁ ଛତିଶଗଡ ଦେଇ ରାଜସ୍ଥାନ ଚାଲାଣ କରାଯିବା ଯୋଜନା ରହିଥିଲା ବୋଲି ନନ୍ଦପୁର ଏସଡିପିଓ ସଂଜୟ ମହାପାତ୍ର ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.